ନୟାଗଡ଼,(ବାଘୁଆବାର୍ତ୍ତା): ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ନୟାଗଡ଼ ଜିଲ୍ଲାରୁ ବିଦା ହୋଇଥିବା ଏସଆଇ ଧନଞ୍ଜୟ ପାତ୍ର ଜଣେ ପାଠ ପଢ଼ୁଆ ସାମ୍ବାଦିକ ବୋଲି ଜଣାଯାଇଛି । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରୁ ସାମ୍ବାଦିକତା ଡିଗ୍ରୀ ହାସଲ କରିଥିବା ପାତ୍ର କିନ୍ତୁ ଅବକାରୀ ବିଭାଗକୁ ଆସିବା ପରେ ସାମ୍ବାଦିକର କର୍ମ ଓ ଧର୍ମକୁ ଭୁଲି ଯାଇଥିବା ଅନୁମାନ କରାଯାଉଛି । ସାମ୍ବାଦିକତାର ମୂଳ ଲକ୍ଷ ଏବଂ ମୂଳ ଧର୍ମ ଲୋକ ସଂମ୍ପର୍କ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ତାଙ୍କର ଲୋକ ସଂମ୍ପର୍କ କେତେ ତାହା ବେଶ ବାରି ହୋଇପଡ଼ିଥିଲା । ସାମ୍ବାଦିକତା ପାଠ ପଢ଼ି ସେ ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର କରିବା ଏବଂ ମାଡ଼ ମାରିବା ଘଟଣା ତାଙ୍କ ଶିକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଗୋଟିଏ ଦାୟିତ୍ୱ ସମ୍ପର୍ଣ୍ଣ ପଦବୀରେ ରହି ନିଜର କର୍ତ୍ତବ୍ୟ ଏବଂ କାର୍ଯ୍ୟ ପ୍ରତି ସଜାଗ ରହିବା ବଦଳରେ ଦୁର୍ନିତୀକୁ ପାଥେୟ କରିଥିବା କାରଣରୁ ତାଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି । ସାମ୍ବାଦିକତା ଶିକ୍ଷା ଗ୍ରହଣ ପରେ, ସେ କିଛି ଦିନ ସାମ୍ବାଦିକ ଭାବେ କାର୍ଯ୍ୟ କରି ମଧ୍ୟ ସାମ୍ବାଦିକର ମର୍ଯ୍ୟଦା ରକ୍ଷା କରି ପାରିନଥିବା ଏସଆଇ ଧନଞ୍ଜୟଙ୍କୁ ଆଜି ନୟାଗଡ଼ ଜିଲ୍ଲାରୁ ବଦଳି କରାଯାଇଥିବା ସୂଚନା ମିଳିଛି ।






