Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ପରେ ବି ହୋଇପାରେ କିଡନୀ ରୋଗ

by ସଞ୍ଜୟ ସ୍ୱାଇଁ
July 6, 2021
in Health, State
କରୋନା ପରେ ବି ହୋଇପାରେ କିଡନୀ ରୋଗ
192
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): କରୋନା ଫୁସଫୁସକୁ ଆକ୍ରମଣ କରୁଛି। ଏ ସାଂଘାତିକ ଭାଇରସ୍ ଗଳାରୁ ବାହାରି ଫୁସଫୁସକୁ ଗଲେ, ରୋଗୀ ଗୁରୁତର ହେଉଛି। କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ହେଉଛି। କିନ୍ତୁ ସୁସ୍ଥ ହେଉଥିବା ଲୋକ ବି ନିରାପଦ ନୁହନ୍ତି। କରୋନାରୁ ସୁସ୍ଥ ହେବା ପରେ ଅନ୍ୟ ରୋଗର ଶିକାର ହେଉଛନ୍ତି। କରୋନା ଭାଇରସ ମଣିଷ ଶରୀରର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରତ୍ୟଙ୍ଗ କିଡନୀକୁ ପ୍ରଭାବିତ କରୁଛି। କରୋନାରୁ ମୁକ୍ତ ହେବାପରେ ରୋଗୀ କିଡନୀ ରୋଗରେ ଆକ୍ରାନ୍ତ ହେଉଛି। ଇଟାଲୀରେ ହୋଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି, କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ କ୍ଷେତ୍ରରେ କିଡନୀ ଅସ୍ଵାଭାବିକତା ଦେଖାଦେଉଛି। ଇଟାଲୀର ଏକ ଗବେଷଣାରୁ ଏହା ଆଶଙ୍କା କରାଯାଉଛି। ସେହିପରି ଆମେରିକାର ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ମଧ୍ୟ ଏ ସଂକ୍ରାନ୍ତରେ ଏକ ଗବେଷଣା କରିଥିଲା। ମୋଡେନା ବିଶ୍ଵବିଦ୍ୟାଳୟରେ ୩୦୭ କୋଭିଡ୍ ରୋଗୀଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୯ ଜଣଙ୍କଠାରେ ଗୁରୁତର କିଡନୀ ସମସ୍ୟା ଦେଖାଦେଇଥିଲା। ସେମାନଙ୍କ ମଧ୍ୟରୁ ୫୭ ପ୍ରତିଶତଙ୍କ ଅବସ୍ଥା ଅତି ଗୁରୁତର ହୋଇଯାଇଥିଲା। ଏହି ରିପୋର୍ଟ ଅନୁସାରେ କିଡନୀ ରୋଗର ଶିକାର ହେଉଥିବା ରୋଗୀଙ୍କ ମଧ୍ୟରେ ମୃତ୍ୟୁ ଆଶଙ୍କା ୬୫ ପ୍ରତିଶତରୁ ଅଧିକ। ଗୁରୁତର କିଡନୀ ସଂକ୍ରମଣ ସହିତ ସୁସ୍ଥ ଆକ୍ରାନ୍ତମାନେ ପରିସ୍ରା ସଂକ୍ରମଣର ଶିକାର ହେଉଛନ୍ତି। ପରିସ୍ରାରେ ପ୍ରୋଟିନ ଓ ରକ୍ତ ଆସୁଥିବା ଭଳି ସାଂଘାତିକ ତଥ୍ୟ ଏହି ରିପୋର୍ଟରେ ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!