ରାଉରକେଲା, (ବାଘୁଆବାର୍ତ୍ତା): ଆରଏସପି ଗ୍ୟାସ ଲିକ ଦୁର୍ଘଟଣାରେ ୪ ଜଣ ଘରୋଇ ସଂସ୍ଥା ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହେଲା। ତଦନ୍ତ ପାଇଁ ଆଜି ପହଞ୍ଚିବେ ୫ଜଣିଆ ଟିମ । ଆଜିଠୁ ଏନଜିଟିର ନିର୍ଦ୍ଦେଶରେ ଏହି ୫ଜଣିଆ ଦଳର ତଦନ୍ତ ଆରମ୍ଭ ହେବ । ଏହି ଟିମରେ ଅଛନ୍ତି କେନ୍ଦ୍ର ପ୍ରଦ୍ୟୂଷଣ ବିଭାଗର ଅଧିକାରୀ, ମିନିଷ୍ଟ୍ରି ଅଫ ଫରେଷ୍ଟ ଆଣ୍ଡ ଏନଭରମେଣ୍ଟର ଅଧିକାରୀଙ୍କ ସହ ଦୁଇଜଣ ଇଣ୍ଡଷ୍ଟ୍ରି ଏକ୍ସପର୍ଟ । ତାଙ୍କ ସହ ରାଉରକେଲା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀ ଅଛନ୍ତି। ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶ କ୍ରମେ ଆରମ୍ଭ ହେବ ତଦନ୍ତ । ଜାନୁଆରୀ ୬ ତାରିଖରେ ଷ୍ଟିଲ ପ୍ଲାଣ୍ଟରେ ଘଟିଥିଲା ଏହି ଦୁର୍ଘଟଣା।





