ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏଥିସହ କିଛି ଅମାନିଆଙ୍କ ଲାଗି ହ୍ରାସ ସଂଖ୍ୟାରେ ରୋକ ଲାଗୁଛି । ଖଣ୍ଡପଡା ୟୁକୋ ବ୍ୟାଙ୍କ କର୍ମଚାରୀଙ୍କର କୋଭିଡ ପଜେଟିଭ ଦେଖାଯାଇଥିବାରୁ ଉକ୍ତ ବ୍ୟାଙ୍କକୁ ୪୮ ଘଣ୍ଟା ସଟଡାଉନ କରାଯାଇଛି । ଖଣ୍ଡପଡା ତହସିଲଦାର ପାର୍ଥସାରଥୀ ହାଂସଦା ୬ ତାରିଖ ସକାଳ ୬ଟାରୁ ୮ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଉକ୍ତ ବ୍ୟାଙ୍କକୁ ସଟଡାଉନ ଘୋଷଣା କରିଛନ୍ତି । ବ୍ୟାଙ୍କକୁ ବିଶୋଧନ କରାଯିବ ।





