ମୁମ୍ବାଇ, (ବାଘୁଆବାର୍ତ୍ତା): ମହାମାରୀ କରୋନା ସମୟରେ ଭ୍ୟାକସିନ୍ ନେବା ପାଇଁ କେତେକ ଜନସାଧାରଣ କୁଣ୍ଠାବୋଧ କରୁଥିବା ବେଳେ ଭ୍ୟାକସିନ୍ ଆଣି ଦେଇଛି ବଡ଼ ସଫଳତା । କିଛିଦିନ ତଳେ ଓଡ଼ିଶାରେ ଜଣେ ପାରାଲିସିସ୍ ରୋଗୀ କୋଭିସିଲ୍ଡ ଟିକା ନେବା ପରେ ପାରାଲିସିସରୁ ଆରୋଗ୍ୟ ଲାଭ କରିଥିବା ବେଳେ ମହାରାଷ୍ଟ୍ର ୱାସିମ୍ ଅଞ୍ଚଳରେ ଜଣେ ବୟସ୍କା ମହିଳା ଦୀର୍ଘ ୯ବର୍ଷ ଧରି ଦୃଷ୍ଟି ଶକ୍ତି ହରାଇ ବସିଥିଲେ । ହେଲେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେବା ପରେ ମହିଳାଙ୍କର ଦୃଷ୍ଟିଶକ୍ତି ଫେରି ଆସିଥିବା ଜଣାପଡିଛି । ଉକ୍ତ ବୟସ୍କା ମହିଳା ଜଣକ ହେଲେ ୱାସିମ ଜିଲ୍ଲାର ବେନଦରୱାଦିରେ ରହୁଥିବା ମଥୁରାବାଇ ବିଦଭେ । ମୋତିଆବିନ୍ଦୁ କାରଣରୁ ଆଖିର ଆଲୋକରଶ୍ମୀ ଦୁଇଟି ଧଳା ପଡିଯାଇଥିଲା । ଯାହାଫଳରେ ସେ ଦେଖିପାରୁନଥିଲେ । କୋଠିସିଲ୍ଡ ଟିକା ନେବା ପରେ ସେ ଦୃଷ୍ଟିଶକ୍ତି ଫେରି ପାଇଥିବା ନେଇ ପ୍ରକାଶ କରିଛନ୍ତି ।





