Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏନ୍‌ଏଚ୍‌କୁ ମରାମତି କଲେ ଗାଁ ଯୁବକ

by ସଞ୍ଜୟ ସ୍ୱାଇଁ
July 5, 2021
in State
ଏନ୍‌ଏଚ୍‌କୁ ମରାମତି କଲେ ଗାଁ ଯୁବକ
50
VIEWS
Share on FacebookShare on Twitter

ନୂଆପଡା, (ବାଘୁଆବାର୍ତ୍ତା): ଗୁହାରୀ କରି ନୟାନ୍ତ ହେଲେ। କେହି ଶୁଣିଲେ ନାହିଁ। ଶେଷରେ ୩୫୩ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ୨ କିମି ରାସ୍ତାକୁ ମରାମତି କଲେ ୩୦ରୁ ଅଧିକ ଯୁବକ। ଏପରି ମହାନ୍‌ କାର୍ୟ୍ୟ କରିଛନ୍ତି ନୂଆପଡ଼ା ଜିଲ୍ଲାର ପେଣ୍ତରାବନ ଗାଁର ଯୁବକମାନେ। ନୂଆପଡା ଜିଲ୍ଲା ଦେଇ ଯାଇଛି ରାୟପୁର-ଗୋପାଳପୁର ୩୫୩ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌)। ହେଲେ ମରାମତି ଅଭାବରୁ ପେଣ୍ତରାବନ ଗାଁ ପାଖରେ ବଡବଡ ଖାଲଖମା ହୋଇଛି। ବଡ଼ବଡ଼ ଖାଲ ଯୋଗୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ନଜର ଦେଉନଥିଲେ। ପ୍ରଶାସନ ହେଉ ବା ଏନ୍‌ଏଚ୍‌ଏଆଇ, ସମସ୍ତଙ୍କଠାରୁ ନିରାଶ ହେବା ପରେ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଲେ ପେଣ୍ଡେରାବନର କିଛି ଯୁବକ। ଗାଁର ୩୦ରୁ ଅଧିକ ଯୁବକ ୨ କିଲୋମିଟର ଭିତରେ ହୋଇଥିବା ଖାଲଖମାରେ ପଥର ଓ ମୋରମ୍‌ ପାଇ କରିଛନ୍ତି ସମତୁଲ। ମା’ ପରଦେଶେନ ଯୁବ ଗୋଷ୍ଠୀ ପେଣ୍ତରାବନର ସଭାପତି ହରିଶ୍ଚନ୍ଦ୍ର ମାଝୀ, ସଂପାଦକ ନୀଳଚକ୍ର ମାଝି, ସୁକୁମାର ସାହୁ, ଲଳିତ ମାଝୀ, ଗୌତମ ମାଝୀ, ଗୋବର୍ଦ୍ଧନ ବାଗ, ଓମ୍‌ଙ୍କାର ମାଝୀ, କୁଶଧର ମାଝୀ, ରଞ୍ଜନ ମାଝୀ, ପଦ୍ମଲୋଚନ ବରିହା, କପିଳ ମାଝୀ, ଜୟ ପ୍ରକାଶ ମାଝୀ, ଉଗ୍ରସେନ ମାଝୀ, ନିଳୁ ମାଝି, ହୃଦାନନ୍ଦ ମାଝୀ, ଜିତେନ୍‌ ସତନାମୀ, ବିପିନ ମାଝି, ଜିତୁ ସତନାମୀ, ସଦାନନ୍ଦ ହଂସ ଓ ଚୈତନ୍ୟ ବଘେଲ ପ୍ରମୁଖ ସହଯୋଗ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!