Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଥରେ ଚିତ୍ରକୁ ନେଇ ବିବାଦ

by ସଞ୍ଜୟ ସ୍ୱାଇଁ
July 5, 2021
in State
ରଥରେ ଚିତ୍ରକୁ ନେଇ ବିବାଦ
180
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ମହାପ୍ରଭୁଙ୍କ ରଥଯାତ୍ରା ପାଖେିଇ ଆସୁଥିବା ବେଳେ ଚାଲିଛି ଚୂଡାନ୍ତ ପ୍ରସ୍ତୁତି। ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ। ହେଲେ ଶ୍ରୀଜିଉଙ୍କ ରଥରେ ନରବିରାଳ ଚିତ୍ରକୁ ନେଇ ବିବାଦ ଦେଖାଦେଇଛି। ରଥରେ ଏହି ଚିତ୍ରକୁ ନେଇ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ରଥରେ ଏପରି ଚିତ୍ର ରହିବା ପୂର୍ବରୁ ସେ କେବେ ଦେଖି ନାହାନ୍ତି। ନରବିରାଳ ଚିତ୍ରରେ ଗୋଡ଼ହାତ ସବୁ ପଶୁ, ମୁହଁ ମଣିଷ ପରି ହୋଇଛି। ନରବିରାଳ ଆଉ କେଉଁଠି ରହିପାରେ। କିନ୍ତୁ ରଥରେ ଲାଗିବା ପିଲାଟି ଦିନରୁ ଦେଖିନାହାନ୍ତି ବୋଲି କହିଛନ୍ତି ମୁଖ୍ୟ ମହାରଣା। ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ଚିତ୍ରକର ସେବକ ରାଜେନ୍ଦ୍ର ମହାପାତ୍ର। ପ୍ରତିବର୍ଷ ରଥରେ ଏଭଳି ଚିତ୍ର ଅଙ୍କନ କରାଯାଉଛି। ତିନି ରଥରେ ପଟାଗୁଜରେ ସିଂହବିରାଳ, ନରବିରାଳ, ଗଜବିରାଳ ରୂପ ହେଉଛି। ଯଦି ସନ୍ଦେହ ହେଉଛି ତେବେ ପ୍ରତ୍ୟେକ ବର୍ଷର ଚିତ୍ରକୁ ଯାଞ୍ଚ କରନ୍ତୁ ବୋଲ ଚିତ୍ରକାର ସେବକ କହିଛନ୍ତି। ମନ୍ଦିରରେ ସିଂହବିରାଳ, ନରବିରାଳ, ଗଜବିରାଳ ଚିତ୍ର ଅଛି। ତିନି ରଥରେ ଏହା ରହିଛି। ମୋ କକା ନରବିରାଳ ଆଙ୍କିଥିଲେ, ତେଣୁ ମୁଁ କରୁଛି। କାହା ନଜରରେ ଏହା ଆସୁଛି, କାହା ନଜରରେ ଆସୁନି। ତେବେ ଏହାକୁ ନେଇ ବିବାଦ ସୃଷ୍ଟି ନ କରି ମହାପ୍ରଭୁଙ୍କ ଘୋଷଯାତ୍ରା କିପରି ଭଲରେ ହେବ ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଛନ୍ତି। ଚିତ୍ରକୁ ନେଇ ବିବାଦ ଉପୁଜିବା ପରେ ଉନ୍ନୟନ ପ୍ରଶାସକ ରଥଖଳାକୁ ଆସି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ଓ ଚିତ୍ରକର ସେବକଙ୍କ ସହ ଆଲୋଚନା କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!