ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଏଣିକି କଲେଜ ଆସିବେ ସବୁ କର୍ମଚାରୀ। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କଲେଜରେ ରୋଷ୍ଟର ଡ୍ୟୁଟି ପାଇଁ ନିର୍ଦ୍ଧେଶ ଥିଲା। ଉଚ୍ଚ ଶିକ୍ଷାନୁଷ୍ଠାନରେ ଏହି ରୋଷ୍ଟର ଡ୍ୟୁଟିକୁ ପ୍ରତ୍ୟାହାର କରି ନିଆଯାଇଛି। ଏଣିକି ସବୁ କର୍ମଚାରୀ କଲେଜ ଆସିବେ। ଉଚ୍ଚଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ କଲେଜ ଆସିବାକୁ ନିର୍ଦ୍ଧେଶ ଦିଆଯାଇଛି। ଆସନ୍ତାକାଲି ଅର୍ଥାତ ଜୁଲାଇ ୬ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବା ପାଇଁ ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ପୂର୍ବରୁ କୋଭିଡ ପାଇଁ ଜାରି ୫୦ ପ୍ରତିଶତ ଷ୍ଟାଫଙ୍କୁ ନେଇ ରୋଷ୍ଟର ଡ୍ୟୁଟିକୁ ପ୍ରତ୍ୟାହାର କରାଯାଇଛି। ଆଗକୁ ୟୁଜି/ପିଜି ପରୀକ୍ଷା ଥବାରୁ ସମସ୍ତଙ୍କ ଷ୍ଟାଫ କଲେଜ ଆସିବା ଦରକାର ବୋଲି ଉଚ୍ଚଶିକ୍ଷା ସଚିବ ବୋଲି କହିଛନ୍ତି। ଏନେଇ ସେ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।






