ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜଧାନୀରେ ଧରା ପଡ଼ିଲେ ବାଇକ୍ ଲୁଟେରା ଗ୍ୟାଙ୍ଗ୍। ଏହି ଗ୍ୟାଙ୍ଗ୍ର ୩ ଜଣ ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ। ସେମାନଙ୍କ ନିକଟରୁ ୭ଟି ବାଇକ୍ ଓ ୧୧ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଏହି ଚୋର ଗ୍ୟାଙ୍ଗ୍ କଟକ, ଭୁବନେଶ୍ଵର ଓ ଗଞ୍ଜାମରେ ଲୁଟ୍ପାଟ୍ କରୁଥିଲେ। ତେବେ ଏହି ଗ୍ୟାଙ୍ଗରେ ଆଉ କିଏ ରହିଛନ୍ତି, ସେମାନଙ୍କ ସହ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଲକଡାଉନ୍ ଓ ସଟଡାଉନ୍ ର ସୁଯୋଗ ନେଇ ରାଜଧାନୀରେ ମାତିଛନ୍ତି ଲୁଟେରା । କେତେବେଳେ କାହା ଘରେ କଳାକନା ବୁଲାଇଲେଣି ତ କେତେବେଳେ ଦୋକାନ ଲୁଟିଲେଣି । ପୁଣି କେତେବେଳେ ରାସ୍ତାରେ ଅଟକାଇ ଟଙ୍କା ପଇସା ଛଡାଇନେଲେଣି ତ ପୁଣି କେତେବେଳେ ଚଳନ୍ତା ଗାଡିରୁ ଅଳଙ୍କାର ଝାମ୍ପି ନେଇ ଫେରାର ହୋଇଯାଉଛନ୍ତି । ଯାହାକି କମିଶନରେଟ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।





