ରାୟଗଡା, (ବାଘୁଆବାର୍ତ୍ତା): ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ବଡ ସଫଳତା । ଢେପାଗୁଡା ନିକଟରେ ଏକ ଟ୍ରକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ। ୭ କ୍ଵିଣ୍ଟାଲ ୮ କେ.ଜିର ଗଞ୍ଜେଇ ଜବତ କରିବା ସହ ୬ ଜଣ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ। ଢେପାଗୁଡା ନିକଟରେ ଏକ ଟ୍ରକରେ ଗଞ୍ଜେଇ ଲୋଡିଂ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡ଼ା ପୋଲିସ ଚଢାଉ କରିଛି। ପ୍ରାୟ ୭ କ୍ଵିଣ୍ଟାଲ ୮ କେ.ଜିର ଗଞ୍ଜେଇ ଜବତ କରିବା ସହ ୬ ଜଣ ଚୋରା ଚାଲାଣକାରୀ, ଟ୍ରକ୍, ଟ୍ରାକ୍ଟର ଓ ଅଟୋକୁ ଜବତ କରିଛି ପୋଲିସ। ଗିରଫ ହୋଇଥିବା ଚାଲାଣକାରୀଙ୍କ ମଧ୍ୟରେ ଟ୍ରକ୍ ମାଲିକ, ଡ୍ରାଇଭର ଓ ସ୍ଥାନୀୟ ୪ ଜଣ ବ୍ୟବସାୟୀ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ସବୁ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭୮ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ପୋଲିସ କହିଛି। ଏହି ଗଞ୍ଜେଇ ସବୁ ରାଜସ୍ଥାନ ଆଜମେରକୁ ଚାଲାଣ ହେଉଥିଲା। ତେବେ ଟ୍ରକଟି ବିଶାଖାପାଟଣାରୁ ଫେରୋ ନିକେଲ ନେଇ ରାଜସ୍ଥାନର ଆଜମିରକୁ ଯାଉଥିବା ବେଳେ ପୋଲିସ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ହେଲେ ଟ୍ରକ୍ ଭିତରୁ ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଥିବା ନେଇ ତଦନ୍ତ ଜାରି ରହିଥିବା କହିଛନ୍ତି ମୁନିଗୁଡା ଏସଡିପିଓ।





