ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସହର ଖଣ୍ଡପଡ଼ା ରାସ୍ତାରେ ଥିବା ସଞ୍ଜୟ ମେଡିସିନ ଷ୍ଟୋର ମାଲିକ ସଞ୍ଜୟ ରାଉତଙ୍କର ଗତକାଲି ମୃତ୍ୟୁ ଘଟିଛି । କିଛିଦିନ ହେବ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ଆଜି ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ତାଙ୍କ ଔଷଧ ଦୋକାନଠାରେ ଶୋକ ପ୍ରକାଶ କରାଯାଇଛି ।






