ନବରଙ୍ଗପୁର, (ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲା ରାଇଘର ପୋଲିସ ରାଇଘର ଥାନା ଅନ୍ତର୍ଗତ ହାତିଗାଁ ପଞ୍ଚାୟତର ମାଣ୍ଡିଆ ବେଡା ଗ୍ରାମରେ ଚଢାଉ କରି ଅର୍ଦ୍ଧନିର୍ମିତ କାଠ ବନ୍ଧୁକ ଓ ଏଥିରେ ବ୍ୟବହୃତ ହେଉଥିବା ସାମାଗ୍ରୀ ଜବତ କରିଛି। ଏହି ସହ ସଗରାମ ଲୋହାରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସଗରାମଙ୍କ ଘରେ ରାଇଘର ପୋଲିସ ଚଢାଉ କରି ଅର୍ଦ୍ଧନିର୍ମିତ କାଠ ବନ୍ଧୁକ ସହ ୬ଟି ବୋରେଲ ପାଇପ, ୬ଟି ଟ୍ରିଗର, ୪ଟି ସେଫ୍ଟି ଲକ୍, ୪ଟି ହାତୁଡି ସହ ୨ଟି ମୋବାଇଲ ଜବତ କରିଛି। ଏ ନେଇ ରାଇଘର ଥାନାରେ ଏକ ମାମଲା ରୁଜୁ ହୋଇଛି।





