Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମ୍ୟାଚ ଚାଲିଥିବା ବେଳେ ଅଚେତ ହୋଇଗଲେ ଦୁଇ ଇଣ୍ଡିଜ ଖେଳାଳି

by ସଞ୍ଜୟ ସ୍ୱାଇଁ
July 3, 2021
in NATIONAL NEWS, Sports
ମ୍ୟାଚ ଚାଲିଥିବା ବେଳେ ଅଚେତ ହୋଇଗଲେ ଦୁଇ ଇଣ୍ଡିଜ ଖେଳାଳି
137
VIEWS
Share on FacebookShare on Twitter

ଆଣ୍ଟିଗୁଆ, (ବାଘୁଆବାର୍ତ୍ତା): ମ୍ୟାଚ୍‌ ଚାଲିଥିବା ବେଳେ ଘଟିଛି ବଡ଼ ଅଘଟଣ। ପାକିସ୍ତାନ ବିପକ୍ଷରେ ଟି-୨୦ ସିରିଜର ଗୋଟିଏ ମ୍ୟାଚ୍‌ ଖେଳୁଥିବା ବେଳେ ପଡ଼ିଆ ମଧ୍ୟରେ ହଠାତ୍‌ ଅଚେତ ହୋଇଯାଇଛନ୍ତି ୱେଷ୍ଟଇଣ୍ଡିଜର ଦୁଇ ଜଣ ମହିଳା କ୍ରିକେଟର। ଏହା ଦେଖି ସମସ୍ତେ ସ୍ତବ୍ଧ ହେବା ସହ ଉଭୟଙ୍କୁ ଷ୍ଟ୍ରେଚରରେ ଡାକ୍ତରଖାନା ନେବାକୁ ପଡ଼ିଛି। ୱେଷ୍ଟଇଣ୍ଡିଜ୍ ମହିଳା ବୋର୍ଡ ଉଭୟ ଖେଳାଳିଙ୍କ ଅବସ୍ଥା ସ୍ଥିର ରହିଥିବା କହିଛି। ଆଣ୍ଟିଗୁଆରେ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ମହିଳା ଦଳ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଥିଲା। ପାକିସ୍ତାନର ବ୍ୟାଟିଂ ସମୟରେ ୱେଷ୍ଟଇଣ୍ଡିଜର ଦୁଇ ଖେଳାଳି ହଠାତ୍ ଫିଲ୍ଡିଂ କରିଥିବା ବେଳେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଦୁଇ ଖେଳାଳି ହେଲେ ଚିନଲ୍ଲେ ହେନରୀ ଓ ଚେଡିଆନ୍ ନେସନ୍। ୧୦ ମିନିଟ୍‌ ମଧ୍ୟରେ ଦୁଇ ଜଣ ଖେଳାଳିଙ୍କ ସହ ଏଭଳି ଘଟଣା ଘଟିବାରୁ ଅନ୍ୟମାନେ ଭୟଭୀତ ହୋଇପଡ଼ିଥିଲେ। ହେନରୀ ପାକିସ୍ତାନ ବ୍ୟାଟିଂର ୪ର୍ଥ ଓଭରରେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଏହାପରେ ଅନ୍ୟ ଖେଳାଳି ଓ ଫିଜିଓ ତାଙ୍କର ଚେକଅପ କରିବା ପରେ ଷ୍ଟ୍ରେଚର ଆସିଥିଲା। ତାଙ୍କୁ ତୁରନ୍ତ ଏଥିରେ ପଡ଼ିଆ ବାହାରକୁ ନିଆଯାଇଥିଲା। ଏହାର କିଛି ସମୟରେ ନେସନଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। ଉଭୟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଇଣ୍ଡିଜ ମହିଳା ବୋର୍ଡ ପକ୍ଷରୁ କୁହାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉଭୟ ଖେଳାଳି ଫିଲ୍ଡିଂ ପୂର୍ବରୁ ବ୍ୟାଟିଂ କରିଥିଲେ। ନେସର ୩୩ ବଲରେ ୨୮ ଓ ହେନରୀ ୨ ରନ୍‌ରେ ଅପରାଜିତ ରହିଥିଲେ। ୱେଷ୍ଟଇଣ୍ଡିଜ୍ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୫ ରନ୍ କରିଥିଲା। ଅଘଟଣ ଓ ବର୍ଷା ଯୋଗୁ ମ୍ୟାଚ୍‌ରେ ବାଧା ସୃଷ୍ଟି ହେବାରୁ ଶେଷରେ ପାକିସ୍ତାନ ଡିଏଲ ମେଥଡ ଅନୁଯାୟୀ ୭ ରନ୍‌ରେ ମ୍ୟାଚ୍‌ ହାରି ଯାଇଥିଲା।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!