ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆତ୍ମହତ୍ୟା କଲେ ଆର୍ଟ ଡାଇରେକ୍ଟର ରାଜୁ ସାପ୍ତେ । ମାନ୍ୟା ଦି ୱାଣ୍ଡର ବୟ, ରାଜଧାନୀ ଏକ୍ସପ୍ରେସ୍ ଭଳି ଚଳଚ୍ଚିତ୍ରରେ କଳା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ରାଜୁ ସାପ୍ତେ । ଆତ୍ମହତ୍ୟା କରିବା ପୂର୍ବରୁ ରାଜୁ ସାପ୍ତେ ଏକ ଭିଡିଓ ରେକର୍ଡ କରିଥିଲେ । ଏହି ରେକର୍ଡ ଭିଡିଓରେ ଆତ୍ମହତ୍ୟା କରିବାର ଗୁମର କହିଛନ୍ତି । ଭିଡିଓରେ ସେ ଶ୍ରମିକ ସଂଘ ସହିତ ଜଡିତ ରାକେଶ ମୌର୍ଜ୍ୟଙ୍କ ନାଁ ନେଉଥିଲେ ଏବଂ ତାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣୁଥିଲେ । ଭିଡିଓରେ ରାଜୁ କହିଛନ୍ତି, ‘ ନମଷ୍କାର, ମୁଁ ରାଜୁ ସାପ୍ତେ । ମୁଁ ଜଣେ କଳା ନିର୍ଦେଶକ । ମୁଁ ବର୍ତ୍ତମାନ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ କରିନାହିଁ । ମୁଁ ଭାବିଚିନ୍ତି ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଛି । ଏଭଳି କଠୋର ନିଷ୍ପତ୍ତି ନେବା ପଛରେ ରାକେଶ ମୌର୍ୟ୍ୟ ସାମିଲ ଅଛି ଯିଏକି ଶ୍ରମିକ ସଂଘ ସହ ଜଡିତ । ସେ ବିଭିନ୍ନ ସମୟରେ ମୋତେ ହଇରାଣ ହରକତ କରୁଛି । ମୁଁ କାହାଠାରୁ କିଛି ଋଣ ନେଇନାହିଁ । ସମସ୍ତଙ୍କ ପେମେଣ୍ଟ ନିର୍ଦ୍ଧାରିତ ତାରିଖରେ ଦେଇଛି । ରାକେଶ ମୌର୍ୟ୍ୟ, ତାର ସଂଘର କିଛି ଶ୍ରମିକଙ୍କ ଜରିଆରେ ଫୋନକରି ମୋତେ ହରିରାଣ କରୁଛନ୍ତି । ଆହୁରି କହିଛନ୍ତି ଯେ ସମସ୍ତଙ୍କ ପେମେଣ୍ଟ ଠିକ୍ ସମୟରେ ଦିଆଯାଇଛି ଏବଂ ନରେଶ ମେସୀ ନାମକ ଜଣେ ବ୍ୟକ୍ତି ଫୋନ ଯୋଗେ ପଚରାଯାଇଥିଲା ଏବଂ ସେ ତାଙ୍କର ସମସ୍ତ ଟଙ୍କା ପାଇଯାଇଥିବା କହିଥିଲେ । ଏହାପରେ ମଧ୍ୟ ରାକେଶ ମୌର୍ୟ୍ୟ ହଇରାଣ ହରକତ କରୁଛି । ସେ ମୋର କୌଣସି ବି କାର୍ୟ୍ୟକୁ ଆରମ୍ଭ କରିବାକୁ ଦେଉନାହିଁ । ବର୍ତ୍ତମାନ ମୋ ନିକଟରେ ୫ଟି ପ୍ରୋଜେକ୍ଟ ରହିଛି । ସେ କାମ କରିବାକୁ ଦେଉନାହିଁ । ଏହି ସବୁ ସମସ୍ୟା ମଧ୍ୟରେ ମୁଁ ଆଜି ଆତ୍ମହତ୍ୟା କରିବାକୁ ଯାଉଛି । ମୋତେ ନ୍ୟାୟ ଦେବାକୁ ଚେଷ୍ଟା କରନ୍ତୁ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆର୍ଟ ଡାଉରେକ୍ଟର ରାଜୁ ସାପ୍ତେଙ୍କ ମୃତ ଶରୀର ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।





