ଆଠଗଡ, (ବାଘୁଆବାର୍ତ୍ତା): ୩।୭ ରାସ୍ତାରେ ମୋବାଇଲରେ ଗପୁଥିଲା ବେଳେ ଲୁଟି ନେଉଥିଲେ ଲୁଟେରା। ଏଭଳି ୨ ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି ଆଠଗଡ ପୋଲିସ । ସେମାନଙ୍କ ନିକଟରୁ ୪ଟି ଚୋରା ମୋବାଇଲ ସହ ବ୍ୟବହୃତ ବାଇକକୁ ଜବତ କରାଯାଇଛି। ଏହି ଗ୍ୟାଙ୍ଗ କିଛି ଦିନ ହେବ ଆଠଗଡ ତଥା ଆଖପାଖ ଅଞ୍ଚଳରେ ରାସ୍ତାରେ ମୋବାଇଲ ଧରି ଗପୁଥିବା ଲୋକଙ୍କଠାରୁ ଛଡାଇ ନେଉଥିଲେ ମୋବାଇଲ । ଏନେଇ ଆଠଗଡ ଥାନାରେ ଅଭିଯୋଗ ହୋଇଥିଲା। ଆଠଗଡ ଥାନା ବାଉଁଶଦଣ୍ଡା ଛକଠାରେ ଏକ ମୋବାଇଲ ଦୋକାନରେ ଲୁଟ ମୋବାଇଲ ବିକ୍ରି କରୁଥିବା ବେଳେ ଦୁଇଜଣକୁ ପୋଲିସ ଧରିଥିଲା। ସେମାନଙ୍କ ନିକଟରୁ ୪ଟି ମୋବାଇଲ ପୁଲିସ ଜବତ କରିଛି।ସେମାନଙ୍କ ନିକଟରୁ ଏକ ବାଇକ ମଧ୍ୟ ପୋଲିସ ଜବତ କରିଛି। ଏହି ଦୁଇଜଣ ଲୁଟେରାଙ୍କ ଘର ଆଠଗଡ ମେଘା ଅଞ୍ଚଳରେ ବୋଲି ଥାନା ଅଧିକାରୀ ଶୁଭ୍ରାଶୁଂ ଶେଖର ପରିଡା ସୂଚନା ଦେଇଛନ୍ତି।





