Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପେପର ବ୍ୟାଗରେ ମିଳିବ ପାଣି

by ସଞ୍ଜୟ ସ୍ୱାଇଁ
July 3, 2021
in NATIONAL NEWS, Technology
ପେପର ବ୍ୟାଗରେ ମିଳିବ ପାଣି
146
VIEWS
Share on FacebookShare on Twitter

ହାଇଦ୍ରାବାଦ, , (ବାଘୁଆବାର୍ତ୍ତା): ପେପର କପରେ ଚା ଓ କଫି ପିଇଥିବେ ଆପଣ । ତେବେ ପେପର ବ୍ୟାଗରେ ପାଣି ବୋତଲ, ଶୁଣିବାକୁ ଅଡୁଆ ଲାଗୁଥିଲେ ହେଁ ଏପରି କିଛି ଚମକ୍ତାରିତା କରି ଦେଖାଇଛନ୍ତି ଦୁଇ ଜଣ ଯୁବକ । ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ହାଇଦ୍ରାବାଦର ଦୁଇ ଯୁବକ ଏକ ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି । ଏହି ଷ୍ଟାର୍ଟଅପ୍ ଜରିଆରେ ଏଣିକି ପେପର ବ୍ୟାଗରେ ପାଣି ମିଳିବ । ବିଶ୍ୱରେ ପ୍ଲାଷ୍ଟିକ ଆବର୍ଜନା ଜନିତ ପ୍ରଦୂଷଣ ଶିଖରରେ ପହଞ୍ଚିଥିବା ବେଳେ ଏହାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦୁଇ ଯୁବକ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ ବଦଳରେ ପେପର କଣ୍ଟେନରରେ ପାଣି ବିକ୍ରି କରୁଛନ୍ତି ଏହି ଦୁଇ ଯୁବକ । ଏହା ସହିତ ଏହି ପେପର କଣ୍ଟେନର ଗୁଡିକ ପୁନଃବ୍ୟବହାର ଯୋଗ୍ୟ ବୋଲି କୁହାଯାଇଛି । ଏପରି ଅନନ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ହାଇଦ୍ରାବାଦର ଦୁଇ ଯୁବକ ସୁନୀତ ତାତିନେନୀ ଓ ଚୈତନ୍ୟ ଅୟାନାପୁଡି । ଦୁଇ ଯୁବକ ପ୍ରଥମରୁ ଆଇଟି କମ୍ପାନୀରେ କାମ କରୁଥିଲେ । ତେବେ ନିଜର କର୍ପୋରେଟ୍ ଚାକିରୀ ଛାଡିବା ସହିତ ଏହି ଷ୍ଟାର୍ଟ ଅପର ଶୁଭାରମ୍ଭ କରିଥିଲେ । କାରୋ ୱାଟର ନାମକ ଏହି ଷ୍ଟାର୍ଟଅପରେ କାର୍ଡ ବୋର୍ଡ ବ୍ୟବହାର କରାଯାଇ ଜଳ ସଂରକ୍ଷିତ ରଖାଯାଇ ପାରୁଛି । ଏହି ପେପର ବ୍ୟାଗଟି ପୁନଃବ୍ୟବହାର ଯୋଗ୍ୟ ହୋଇଥିବାରୁ ଏହା ଦ୍ୱାରା ଅର୍ଥନୈତିକ ଫାଇଦା ମଧ୍ୟ ମିଳିଥାଏ ବୋଲି ଦୁଇ ଯୁବକ କହିଛନ୍ତି । ଏହି ଷ୍ଟାର୍ଟଅପ୍ ଦ୍ୱାରା ପ୍ଲାଷ୍ଟିକ ବ୍ୟବହାର ୮୫ ପ୍ରତିଶତ ହ୍ରାସ କରିବା ପାଇଁ ଉଭୟ ଯୋଜନା କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ଏହି ପାଣି ବୋତଲ କେବଳ ୫ ଓ ୨୦ ଲିଟର ପ୍ୟାକରେ ଉପଲବ୍ଧ ହେଉଛି । ୫ ଲିଟର ଡବାର ମୂଲ୍ୟ ୭୫ ଟଙ୍କା ରହିଥିବା ବେଳେ ୨୦ ଲିଟର ଡବାର ମୂଲ୍ୟ ୧୨୦ ଟଙ୍କା ରହିଛି । ପ୍ରାରମ୍ଭିକ ଭାବରେ ହସ୍ପିଟାଲ ଓ ହୋଟେଲ ଗୁଡିକରୁ ସେମାନେ ବ୍ୟବସାୟ ଆରମ୍ଭ କରିଥିବା ଦୁଇ ଯୁବକ ପ୍ରକାଶ କରିଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!