ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ୧ ବର୍ଷ ପୁରଣ ହୋଇଗଲାଣି କିନ୍ତୁ ଆଜିବି ଲୋକମାନେ ତାଙ୍କୁ ଭୁଲିନାହାଁନ୍ତି । ସେମାନେ ଏବେ ମଧ୍ୟ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି । କେବଳ ଏତିକି ନୁହେଁ ଫ୍ୟାନ୍ସମାନେ ଅଭିନେତାଙ୍କୁ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନୀତ କରିବାପାଇଁ ଦାବି କରୁଛନ୍ତି । ଯାହାକୁ ନେଇ ସୋସିଆଲ୍ ମିଡିଆରେ #padmashriforsushant ଟ୍ରେଣ୍ଡ୍ କରୁଛି । କିଛି ଫ୍ୟାନ୍ସମାନେ ମଧ୍ୟ ପଦ୍ମଶ୍ରୀ ପାଇଁ ଅଭିନେତାଙ୍କ ନାମାଙ୍କନ ପୂରଣ । ପଦ୍ମଶ୍ରୀ ପୁରଷ୍କାରର ୱେବସାଇଟରେ ସୁଶାନ୍ତଙ୍କ ଫ୍ୟାନ୍ ଅଭିନେତାଙ୍କ ନାମାଙ୍କନ ପୂରଣ କରିଛନ୍ତି । ଯାହାର ସ୍କ୍ରିନସଟ୍ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏହାବ୍ୟତୀତ ୟୁଜରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତ ସରକାରଙ୍କୁ ଆବେଦନ କରି ୟୁଜରମାନେ ବିହାରର ପୁତ୍ର ସୁଶାନ୍ତ ସିଂ ରାଜପୁତଙ୍କୁ ପଦ୍ମଶ୍ରୀ ଦେବାକୁ ସିନେମା ଜଗତକୁ ଦାବି କରିଛନ୍ତି । ୟୁଜରଙ୍କ ଅନୁଯାୟୀ, ଜଣେ ମହାନ ଅଭିନେତା ହୋଇଥିବାରୁ ସୁଶାନ୍ତ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଅଟନ୍ତି। । ଏଥର ସରକାର ତାଙ୍କ ନାମ ପୁରସ୍କାର ତାଲିକାରେ ଅନ୍ତର୍ଭୁକ୍ତ କରିବା ଉଚିତ୍।






