କୋରାପୁଟ, (ବାଘୁଆବାର୍ତ୍ତା): ଗଞ୍ଜେଇ ମାଫିଆଙ୍କ ହାତରେ ବିଦେଶୀ ପିସ୍ତଲ। ଜୟପୁରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସମୟରେ ଗଞ୍ଜେଇ ମାଫିଆଙ୍କ ନିକଟରୁ ଗୋଟିଏ ମେଡ ଇନ ୟୁଏସଏ ପିସ୍ତଲ ଜବତ କରିଛି ପୋଲିସ। ବିଦେଶୀ ପିସ୍ତଲ ଗଞ୍ଜେଇ ମାଫିଆଙ୍କ ନିକଟକୁ କିପରି ଆସିଲା ଏହାର ଛାନଭିନ କରୁଛି ଜୟପୁର ସଦର ପୋଲିସ। ରାଜ୍ୟ ବାହାରକୁ ପ୍ରାୟ ୧୨ କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ୨ଟି ବାଇକ, ଗୋଟିଏ ପିକ୍ ଅପ୍ ଗାଡି ସହ ୨ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ପରିମାଣ କୋଟିଏ ଟଙ୍କାରୁ ଅଧିକ ହେବ। ତେବେ ଏହି ଘଟଣାରେ ୭ ଗଞ୍ଜେଇ ମାଫିଆ ପୋଲିସକୁ ଚକମା ଦେଇ ଖସି ଯାଇଛନ୍ତି।





