Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କନ୍ୟା ଘରେ ଶିଶୁ ସୁରକ୍ଷା ଟିମର ଚଢ଼ଉ, ବନ୍ଦ କଲା ବାଲ୍ୟ ବିବାହ

by ସଞ୍ଜୟ ସ୍ୱାଇଁ
July 3, 2021
in Crime, State
କନ୍ୟା ଘରେ ଶିଶୁ ସୁରକ୍ଷା ଟିମର ଚଢ଼ଉ, ବନ୍ଦ କଲା ବାଲ୍ୟ ବିବାହ
148
VIEWS
Share on FacebookShare on Twitter

ସୋର, (ବାଘୁଆବାର୍ତ୍ତା): ଲଗ୍ନ ସରିଛି । ସମସ୍ତେ ଅନେଇ ବସିଛନ୍ତି ବର କେତେବେଳେ ଆସିବ ଆଉ ବିବାହ ହେବ। ହେଲେ କିଛି ସମୟ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଗଲା। ବରଯାତ୍ରୀ ପରିବର୍ତ୍ତେ ପହଞ୍ଚିଲେ ପୋଲିସ ଓ ଶିଶୁ ସୁରକ୍ଷା ଦଳ। ଆଉ ବନ୍ଦ ହେଲା ବାଲ୍ୟ ବିବାହ। ଖଇରା ଥାନା ତିଳଦା ଗାଁରେ ଏପରି ଏକ ଘଟଣା ଘଟିଛି। ତିଳଦା ଗାଁରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କର ଲଗ୍ନ ପରେ ବିବାହ ସ୍ଥିର ହୋଇଥିଲା। ବେଦୀ ବନ୍ଧା ସରିଥିଲା। ବର ଆସିଥିଲେ ହୋଇଥାନ୍ତା ବାହାଘର। ଠିକ୍ ଏତିକିବେଳେ ଖବର ପାଇ ପହଞ୍ଚିଲା ଖଇରା ଶିଶୁ ସୁରକ୍ଷା ଦଳ। ପୋଲିସ ଅଙ୍ଗନବାଡି କର୍ମୀଙ୍କ ଉପସ୍ଥିତିରେ ଶିଶୁ ସୁରକ୍ଷା ଦଳ ଏହି ବାଲ୍ୟ ବିବାହକୁ ବନ୍ଦ କରିଥିଲା। ତେବେ ନାବାଳିକାଙ୍କ ପରିବାର ଲୋକେ ପରସ୍ପର ସହ ଆଲୋଚନା ପରେ ବିବାହ ବନ୍ଦ ପାଇଁ ରାଜି ହୋଇଛନ୍ତି। ସେପଟେ ଉଭୟ ବର କନ୍ୟାଙ୍କ ଘର ଗୋଟିଏ ଗାଁର ହୋଇଥିବା କାରଣରୁ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଏହି ବାଲ୍ୟ ବିବାହ ରୋକିବାକୁ ଖଇରା ଶିଶୁ ସରକ୍ଷା ଉପକେନ୍ଦ୍ର ଦଳର ପଞ୍ଚାନନ ତ୍ରିପାଠୀ, ତପସ୍ୱନୀ ରାଉତ, ସାଇନ ପ୍ରଭା ଦଳେଇ, ଚିତ୍ତରଞ୍ଜନ ପଣ୍ଡାଙ୍କ ସମେତ ପୋଲିସ ଓ ସିଡିପିଓ ଅଫିସର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!