ଅନୁଗୋଳ, (ବାଘୁଆବାର୍ତ୍ତା): ଶ୍ୱଶୂର ଘର ଆସି ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ଜ୍ୱାଇଁ । ଅଗ୍ନିଶମ ବାହିନୀ ଉଦ୍ଧାର କଲା ମୃତଦେହ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ରେଙ୍ଗାଳୀ ଅଞ୍ଚଳରେ । କଣିହାଁ ରେଙ୍ଗାଳୀ ବ୍ରାହ୍ମଣୀ ନଦୀ ରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତକ ହେଲେ ଟିକନ ମହାନ୍ତି । ସେ ବ୍ରାହ୍ମଣୀ ନଦୀକୁ ଗାଧୋଇ ବାକୁ ଯାଇ ନିଖୋଜ ଥିଲେ। ଅଗ୍ନିଶମ ବାହୀନି ବହୁ ଖୋଜାଖୋଜି ପରେ ତାଙ୍କର ମୃତଦେହ ଉଦ୍ଧାର କରିଥିଲା। ଟିକନ୍ ଶ୍ୱଶୂର ଘରକୁ ଆସି ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୋଲି ଅଭିଯୋଗ ହୋଇଥିଲା। ତାଙ୍କର ପ୍ରକୃତ ଘର ହେଉଛି ରଜଡଙ୍ଗ। ରେଙ୍ଗାଳୀ ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।





