Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସକୁ ମାଡ ମାରିବା ମହଙ୍ଗା ପଡିଲା, ୫ ଗିରଫ

by ସଞ୍ଜୟ ସ୍ୱାଇଁ
July 3, 2021
in Crime, State
ପୁଲିସକୁ ମାଡ ମାରିବା ମହଙ୍ଗା ପଡିଲା, ୫ ଗିରଫ
300
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲା କାକରିଗୁମ୍ମା ଗୌଡ଼ଗୁଡ଼ାରେ ଗତକାଲି ଏକ ଟିପ୍ପର ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଏଥିଯୋଗୁ ଦେଖାଦେଇଥିବା ଉତ୍ତେଜନା ଥମିବା ନାଁ ଧରୁନି। ପୁଲିସ୍‌କୁ ଠେଲାପେଲା ଅଭିଯୋଗରେ ଆଜି ୫ ଜଣ ଗିରଫ ହୋଇଥିବା ବେଳେ ପାଟ୍ରୋଲିଂକୁ ଜୋରଦାର କରିଛି ପୁଲିସ୍‌। କାକିରିଗୁମା ଥାନା ଗୌଡଗୁଡା ଗ୍ରାମ ପଞ୍ଚାୟତ ମେରକା ଗ୍ରାମର ଯୁବକ ଲଳିତ ଗଲୋରୀ ଗତକାଲି ସନ୍ଧ୍ୟାରେ ଦାମନଯୋଡ଼ିରୁ ଘରକୁ ଫେରୁଥୁବାବେଳେ ବାରିଗାଁ ନିକଟରେ ଏକ ଟିପ୍ପର ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଲଳିତଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ଟିପ୍ପର ଚାଳକ ଘଟଣାସ୍ଥଳରୁ ଖସିପଳାଇ ପୁଲିସ୍‌କୁ ସୂଚନା ଦେଇଥିଲା । ଗ୍ରାମବାସୀକୁ ନଜଣାଇ ପୁଲିସ୍‌ ଗତକାଲି ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟ ପଠାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ। ଏହା ପ୍ରତିବାଦରେ ଗତକାଲି ଉତ୍ତ୍ୟକ୍ତ ଲୋକେ ଗୌଡଗୌଡା- ଦାମନଯୋଡ଼ି ରାସ୍ତା ଅବରୋଧ କରିଥିଲେ। ଏହାପରେ ପୁଲିସ୍‌ ବୁଝାଶୁଝା କରିବାରୁ ସେମାନେ ଆନ୍ଦୋଳନରୁ ହଟିଥିଲେ। ଏହାପରେ ଆଜି ସକାଳେ ପୁଣି ଥରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାୟଗଡ଼ା-କୋରାପୁଟ ୩୨୬ ନଂ ରାଜ୍ୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍‌ ଘଟଣାସ୍ଥଳକୁ ଯାଇ ଅବରୋଧ ହଟାଇ ଆଲୋଚନା କଲାବେଳେ ପୁଲିସ୍‌ ଉପରକୁ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକ । ସେମାନେ ଜଣେ ସବ୍‌ଇନ୍ସପେକ୍ଟରଙ୍କୁ ବାଡେଇଥିବା ବେଳେ ଆଇଆଇସିଙ୍କୁ ଠେଲାପେଲା କରିଛନ୍ତି। ପୁଲିସ୍‌କୁ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!