କୋରାପୁଟ,(ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାରିଗୁଡ଼ା ଛକ ନିକଟରେ ଏକ ହାଇଓ୍ଵା ଧକ୍କାରେ ଜଣକର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସଂନନେର୍କ ଗୌଡ଼ଗୁଡା ପଂଚାୟତ ଲଳିତ କମାର(୩୨)। ଶବକୁ ପୋଲିସର ଉଠେଇ ନେବା କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉତେଜନା ଦେଖା ଦେଇଥିଲା। ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ କାକିରିଗୁମା ଦାମନଯୋଡି ରାସ୍ତା ଅବରୋଧ କରୁଥିବା ବେଳେ ପୁଲିସ ପହଁଚି ବୁଝାଇବାକୁ ଚେଷ୍ଟା କରିଥିଲାବେଳେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା। ଲୋକଙ୍କ ଗହଳି ଦେଖି ପୁଲିସ ପଛଘୁଞ୍ଚା ଦେଇଥିବା ଦେଖିବାକୁ ମିଳିଥିଲା। ଲୋକେ ଥାନା ଅଧିକାରୀ ଓ ଜଣେ ଏସଆଇଙ୍କୁ ମାଡ଼ ମାରିଥିବା କୁହାଯାଉଛି।





