କଟକ, (ବାଘୁଆବାର୍ତ୍ତା): କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆଜି ଠାରୁ ଆରମ୍ଭ ହୋଇଯାଇଛୁ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ଫର୍ମପୂରଣ । ଫର୍ମପୂରଣ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ୟୁଜିର କଳା, ବାଣିଜ୍ୟ ଓ ବିଜ୍ଞାନର ଛାତ୍ରଛାତ୍ରୀଙ୍କୁ ଦୁଇଟି ପେପର ପର୍ଯ୍ୟନ୍ତ ୧୨୦ଟଙ୍କା ଏବଂ ସମସ୍ତ ବିଷୟ ପାଇଁ ୩୦୦ଟଙ୍କ ଦେବାକୁ ପଡିବ ବୋଲି ନୋଟିସ୍ ବୋର୍ଡରେ ଉଲ୍ଲେଖ କରାଯାଇଛି । ସେହିପରି ବିବିଏ, ଆଇଏସଟି, ଆଇଟିଏମ ଏବଂ ଆଇଏମବିଏ ବିଭାଗର ଛାତ୍ରଛାତ୍ରୀଙ୍କୁ ଗୋଟିଏ ପେପର ପାଇଁ ୭୨୦ଟଙ୍କା ଦେବାକୁ ପଡିବ ବୋଲି କୁହାଯାଇଛି । ପିଜି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ବ୍ୟାକ୍ ପେପର ପାଇଁ ୧୨୦ ଟଙ୍କା ଦେବାକୁ କୁହାଯାଇଥିବା ବେଳେ ଯେତେ ପେପର ଯୋଡି ହେବ ସେତିକି ୬୦ଟଙ୍କା ଲେଖାଏଁ ଦେବାକୁ ପଡିବ ବୋଲି ନୋଟିସ୍ ବୋର୍ଡରେ ଉଲ୍ଲେଖ କରାଯାଇଛି ।






