ଓଡ଼ଗାଁ (ବାଘୁଆବାର୍ତ୍ତା) : ଓଡ଼ଗାଁ ତହସିଲ ଅନ୍ତର୍ଗତ ଶରଣକୁଳ ଝାଡେଶ୍ୱରୀ ମନ୍ଦିର ପରିସରରେ କୋଭିଡ ନିୟମ ଉଲ୍ଲଂଘନ କରି ଆଜି ସନ୍ଧ୍ୟା ସମୟରେ ବାହାଘର ଚାଲିଥିବା ସମୟରେ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର ସଦଳବଳେ ଚଢ଼ାଉ କରି ନିୟମ ଉଲ୍ଲଂଘନକାରୀ ପ୍ରାଣକୃଷ୍ଣ ମହାପାତ୍ର ପିତା: ଆର୍ତ୍ତବନ୍ଧୁ ମହାପାତ୍ର ,ଶରଣକୁଳଙ୍କଠାରୁ ୭ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି ।ଉକ୍ତ ଚଢ଼ାଉ ସମୟରେ ଶରଣକୁଳ ରାଜସ୍ୱ ନିରୀକ୍ଷକ ଇଶାକ ମଲ୍ଲିକ, ଶରଣକୁଳ ପୋଲିସ ସାମିଲ ଥିଲେ ।






