ଅହମ୍ମଦାବାଦ, (ବାଘୁଆବାର୍ତ୍ତା): ଜଣେ ଲୋକ ପ୍ରତିନିଧି ହେଇ ଜୁଆ ଖେଳୁଥିଲେ । କୋଭିଡ୍-୧୯ ନିୟମ ଉଲଘଂନ କରି ଜୁଆ ଖେଳୁଥିବା ବେଳେ ଗିରଫ୍ ହେଲେ ବିଧାୟକ । ଗୁଜୁରାଟର ଜଣେ ବିଜେପି ବିଧାୟକ ଜୁଆ ଖେଳୁଥିବା ବେଳେ ଧରା ପଡିଛନ୍ତି । ଗିରଫ ବିଧାୟକ ହେଲେ କେଶରୀ ସିଂ ସୋଲାଙ୍କୀ । ଆହୁରି ମଧ୍ୟ ସେ ବେଆଇନ ଭାବେ ମଦ ରଖିବା ଅଭିଯୋଗ ହୋଇଛି । ପୋଲିସ ବିଧାୟକଙ୍କ ସମେତ ଅନ୍ୟ ୧୩ ଜଣଙ୍କୁ ମଧ୍ୟ ଗିରଫ କରିଛି । ସମସ୍ତଙ୍କୁ ପଞ୍ଚମହଲ ଜିଲ୍ଲାର ପାଓ୍ୱାଗଡରୁ ଗିରଫ କରାଯାଇଛି । ଗିରଫଦାରୀକୁ ନେଇ ପଞ୍ଚମହଲ ଏସପି ଲୀନା ପାଟିଲ୍ କହିଛନ୍ତି ଯେ, କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ଜିମି କ୍ଲବ ରିସୋର୍ଟରେ ଚଢଉ କରିଥିଲା । ଏହି ସମୟରେ ସମସ୍ତଙ୍କୁ ଗିରଫ କରାଯାଇଛି । ଏହି କ୍ଲବ୍ ଗୋଧରା ପାଓ୍ୱାଗଡ ରାସ୍ତାରେ ଅବସ୍ଥିତ । ୧୫ଜଣ ଜୁଆ ଖେଳିବା ସହ ମଦ ପିଉଥୁବା ବେଳେ ଧରା ପଡିଛନ୍ତି ।ଏଥିରେ ଖେଡା ଜିଲ୍ଲା ମାତର ବିଧାନସଭା ଆସନରୁ ବିଧାୟକ ଥିବା କେଶରୀ ସିଂ ସୋଲାଙ୍କି ମଧ୍ୟ ରହିଛନ୍ତି । ବିଜେପି ବିଧାୟକଙ୍କ ଗିରଫଦାରୀକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି । ବିଧାୟକ କେଶରୀ ସିଂ ସୋଲାଙ୍କୀ ୨୦୨୦ ଜୁଲାଇ ମାସରେ ଚର୍ଚ୍ଚାର ପରିଧିକୁ ଆସିଥିଲେ । ସେ ଦଳର ହ୍ୱିପକୁ ନମାନି କ୍ରସ୍ ଭୋଟିଂରେ ସାମିଲ ଥିବା ଅଭିଯୋଗ ହୋଇଥିଲା ।





