ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଓଡ଼ିଶାର କୋଭିଡ୍ ସ୍ଥିତି ସମୀକ୍ଷା କରିବା ପାଇଁ କେନ୍ଦ୍ରୀୟ ଟିମ୍ ଆସୁଥିବା ଜଣାପଡିଛି । କେନ୍ଦ୍ରୀୟ ଟିମ୍ ଓଡ଼ିଶା ଓମେତ କେରଳ, ଟିପୁରା, ଅରୁଣାଚଳ ପ୍ରଦେଶ, ଛତିଶଗଡ଼ ଓ ମଣିପୁର । ଏହି ରାଜ୍ୟ ଗୁଡିକରେ କୋଭିଡ୍ ସ୍ଥିତି କେମିତି ଅଛି ତାହାର ସମୀକ୍ଷା କରିବା ପାଇଁ ୬ଟି ଉଚ୍ଚ ସ୍ତରୀୟ ସାଧାରଣ ସ୍ୱାସ୍ଥ୍ୟ ସଂକ୍ରାନ୍ତ ଟିମ୍ ଗଠନ କରିଛନ୍ତି କେନ୍ଦ୍ର ସରକାର । କୋଭିଡ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ଟିମ ଆଲୋଚନା କରିବ । ଏହି ଟିମରେ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ବି ରହିଛନ୍ତି । କୋଭିଡ ମୁକାବିଲାରେ ସୃଷ୍ଟି ହେଉଥିବା ସମସ୍ୟାର ସମୀକ୍ଷା କରିବା ସହ ବିଭିନ୍ନ କାର୍ୟ୍ୟକ୍ରମର ଶକ୍ତିଶାଳୀ ରୂପାୟନ ନେଇ ଏହି ଟିମ ଆଲୋଚନା କରିବ । ଏହାସହ ଟେଷ୍ଟିଂ, ସର୍ଭେଲାନ୍ସ ଓ କଣ୍ଟେନମେଣ୍ଟ, ହସ୍ପିଟାଲରେ ଶଯ୍ୟା ଉପଲବ୍ଧ, ଆମ୍ବୁଲାନ୍ସ, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ, ଟିକାକରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ କେନ୍ଦ୍ରୀୟ ଟିମ୍ । ସାଧାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଏ. ଦାନଙ୍କ ନେତୃତ୍ବରେ ଏକ ଟିମ୍ ଓଡିଶା ଆସୁଥିବା ବେଳେ ଡାକ୍ତର ଏଲ. ସ୍ବାସ୍ତିଚରଣଙ୍କ ନେତୃତ୍ବରେ ଏକ ଟିମ ମଣିପୁର ଯାଇଛି । ସେହିପରି ଡାକ୍ତର ସଞ୍ଜୟ ସାଧୁଖାଁଙ୍କ ନେତୃତ୍ବରେ ଏକ ଟିମ ଅରୁଣାଚଳ ପ୍ରଦେଶ ଯାଇଥିବା ବେଳେ, ଡାକ୍ତର ଆର. ଏନ ସିହ୍ନାଙ୍କ ନେତୃତ୍ବରେ ଟିମ୍ ତ୍ରିପୁରା ଯାଇଛି । ସେହିପରେ ଡାକ୍ତର ରୁଚି ଜୈନଙ୍କ ନେତୃତ୍ବରେ ଏକ ଟିମ କେରଳ ଯାଇଥିବା ବେଳେ, ଡାକ୍ତର ଦିବାକର ସାହୁଙ୍କ ନେତୃତ୍ବରେ ଏକ ଟିମ ଛତିଶଗଡ ଯାଇଛି ।






