ଭୁବନେଶ୍ବର (ବାଘୁଆବାର୍ତ୍ତା): କରୋନା କାଳରେ ଡେଙ୍ଗୁ ଭୟ। ଚନ୍ଦ୍ରଶେଖର ପୁର ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସରକାରୀ ଭାବେ ଦୁଇ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଘଟଣାର ତଦନ୍ତ କରିବା ପାଇଁ ଅତିରିକ୍ତ କମିଶନର ଲକ୍ଷ୍ମୀ କାନ୍ତ ସେଠୀ, ନର୍ଥ ଜେଡିଶୀ ପୁରନ୍ଦର ନନ୍ଦ ଘଟଣା ସ୍ଥଳରେ ତଦାରଖ କରୁଛନ୍ତି । ତେବେ ଡେଙ୍ଗୁ କାହିଁକି ବ୍ୟାପୁଛି ଓ କାରଣ କ’ଣ ତଦାରଖ ତାହା କରୁଛନ୍ତି । ଏନେଇ ସ୍ଥାନୀୟ ଲୋକଙ୍କୁ ସଚେତନତା କରିବା ଲାଗି ଲିପଲେଟ ବାଣ୍ଟିଛନ୍ତି ଏଡିଶି। କରୋନା ସମୟରେ ଏବେ କାୟା ବିସ୍ତାର କରି ଚାଲିଛି ଡେଙ୍ଗୁ। ଯଦିଓ କରୋନା ଜୁନ ମାସ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛି ତଥାପି ମୃତ୍ୟୁ ସଂଖ୍ୟାରେ ଏଯାଏ ରୋକ ଲାଗିପାରିନାହିଁ । ଆକଳନ ଅନୁଯାୟୀ ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଆଜି ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧୬୧୦୯ରେ ପହଞ୍ଚିଛି ।





