ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏଣିକି ଇକୋମୋ ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟ ଉପରେ ନିର୍ଭାର କରିବାକୁ ପଡିବନି । ଆଜି ଭୁବନେଶ୍ୱରସ୍ମ୍ ହସ୍ପିଟାଲରେ ବହୁଚର୍ଚ୍ଚିତ ଇକୋମୋ ମେସିନ୍ ପହଞ୍ଚିଛି । ଏହି ମେସିନ୍ ଜୁଲାଇ ୧୫ ତାରିଖ ସୁଦ୍ଧା ଏମ୍ସ ହସ୍ପିଟାଲତେ କାର୍ଯ୍ୟକ୍ଷମ ହେବ । ଏହା ପୂର୍ବରୁ ଗୋଟିଏ ଇକୋମୋ ମେସିନ୍ ଆସିଥିବା ବେଳେ ଆଜି ଆଉ ଗୋଟିଏ ମେସିନ୍ ଆସି ପହଞ୍ଚିଛି । ଏନେଇ ଏମ୍ସ ହସ୍ପିଟାଲର ଅଧିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ଓଡ଼ିଶାରେ ଏହି ଇକୋମୋ ମେସିନ୍ ନଥିବା ଯୋଗୁଁ କୋଭିଡ୍ ସଂକ୍ରମିତ ମୃତକଙ୍କ ସଂଖ୍ୟା ବଢି ଚାଲିଥିଲା । ଚିକିତ୍ସା ପାଇଁ ରୋଗୀମାନେ ବହୁ ହଇରାଣ ସମ୍ମୁଖୀନ ହେଉଥିଲେ । ଏପରିକି କୋଭିଡ୍ ସମୟରେ ଇକୋମୋ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଏୟାରଲିପ୍ଟିଂ ହୋଇ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ତେବେ ଏହି ସମସ୍ୟା ଆଉ ରହିବ ନାହିଁ ବୋଲି ଏମ୍ସ ପକ୍ଷରୁ ସୂଚନା ମିଳିଛି ।





