ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ଜଣେ ହାର୍ଡଖୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁଳି ବିନିମୟ ପରେ ପୁଲିସ୍ ଓ ଯବାନମାନେ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରିଛି । ଯେଉଁ ହାର୍ଡଖୋର ମାଓବାଦୀ ଜଣଙ୍କର ମୃତ୍ୟୁ ହୋଇଛି ତାଙ୍କ ମୁଣ୍ଡ ପାଇଁ ଛତିଶଗଡ଼ ସରକାର ୩ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଉକ୍ତ ମାଓବାଦୀ ଜଣକ ହେଲା ପିଏଲଜିଏ କମାଣ୍ଡର ଜଗା । ସୂଚନାନୁସାରେ, ଦରଭା ଜଙ୍ଗଲରେ ମାଓବାଦୀମାକେ କ୍ୟାମ୍ପ କରି ରହୁଥିବା ନେଇ ଗୁଇନ୍ଦା ବିଭାଗରୁ ସୂଚନା ମିଳିଥିଲା । ଡିଆଜିବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ୍ । ଉଭୟ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲେ । ଘଟଣାସ୍ଥଳରୁ ମାଓବାଦୀମାନେ ପଳାଇଥିବା ବେଳେ ମୁଖ୍ୟ ମାଓବାଦୀ ଜଗାର ନିହତ ହୋଇଥିବା ସୂଚନା ମିଳିଛି ।





