ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏଣିକି ଘରେ ଘରେ ପହଞ୍ଚିବ ଫାଇବର ଇଣ୍ଟରନେଟ୍ । ଏହାକୁ ମଧ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୬ଟି ରାଜ୍ୟ ନିମନ୍ତୋ ସଂଶୋଧିତ ଭାରତ ନେଟ୍ କାର୍ଯ୍ୟକାରୀ କରିବାକୁ ରଣନୀତି ଅନୁମୋଦନ କରାଯାଇଛି । ସରକାରୀ ଓ ଘରୋଇ ଭାଗିଦାରୀତାରେ କାର୍ଯ୍ୟକାରୀ କରାଯିବ । ରାଜ୍ୟର ସବୁ ପଞ୍ଚାୟତ ବାହାରେ ମଧ୍ୟ ଅନ୍ୟାନ୍ୟ ଜନବସତିପୂଣ୍ନ୭ ଗ୍ରାମକୁ ଭାରତ ନେଟ୍ ସଂପ୍ରସାରଣ କରାଯିବ । ସଂଶୋଧିତ ରଣନୀତିରେ ଉନ୍ନତୀକରଣ, ନିର୍ମାଣ, କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣର କାର୍ଯ୍ୟ ପ୍ରତିଯୋଗିତାମୂଳକ ଆନ୍ତଜାତିକ ନିଲାମ ଦ୍ୱାରା କଛାଯାଉଥିବା ଏହାର ଭାରପ୍ରାପ୍ତ ସଂସ୍ଥାର ମଧ୍ୟ ବ୍ୟବସ୍ଥା ରଖାଯାଇଛି । ଏଥିପାଇଁ ପିପିପି ମଡେଲ ପାଣ୍ଠି ୧୯ହଜାର ୪୧କୋଟି ଟଙ୍କା ରଖାଯାଇଛି । ଯାହାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଉକ୍ତ ୧୬ଟି ରାଜ୍ୟ ହେଲା- କେରଳ, କର୍ଣ୍ଣାଟକ, ରାଜସ୍ଥାନ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାନା, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ । ଏହି ୧୬ ଟି ରାଜ୍ୟରେ ୩ଲକ୍ଷ ୬୧ହଜାର ପଞ୍ଚାୟତ ଅନ୍ତର୍ଭୁକ୍ତ ହୋଇଛି । ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜନବସତି ପୂର୍ଣ୍ଣ ଗ୍ରାମଗୁଡିକୁ ଭାରତ ନେଟ୍ ସମ୍ପ୍ରସାରଣ ପାଇଁ କ୍ୟାବିନେଟ୍ ନୀତିଗତ ନିଷ୍ପତ୍ତି ନେଇଛି । ଏହାକୁ ଦୂରସଂଚାର ମନ୍ତ୍ରଣାଳୟ ନୀତି ନିର୍ଦ୍ଧାରଣ କରିବ ବୋଲି ଜଣାପଡିଛି ।





