ମୁମ୍ବାଇ, (ବାଘୁଆବାର୍ତ୍ତା): ବଲିଉଡ୍ ଅଭିନେତ୍ରୀ କରୀନା କପୁର ଇଣ୍ଡଷ୍ଟ୍ରିରେ ୨୧ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ତାଙ୍କ ସୋସିଆଲ୍ ଆକାଉଣ୍ଟରେ ଏକ ଖାସ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ପ୍ରଥମ ଫିଲ୍ମ ‘ରିଫ୍ୟୁଜୀ’ର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି । ଏହି ଭିଡିଓ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ତାଙ୍କର ଦୁଇ ଦଶନ୍ଧିର ଯାତ୍ରା ବିଷୟରେ କହିଛନ୍ତି । ଏହି ଭିଡିଓରେ କରୀନା ଜେପି ଦତ୍ତା ଏବଂ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ କରୀନା ଅଭିନେତା ଅଭିଷେକ ବଚ୍ଚନଙ୍କୁ ମଧ୍ୟ ତାଙ୍କ ପୋଷ୍ଟରେ ଟ୍ୟାଗ୍ କରିଛନ୍ତି । କରୀନା ଏବଂ ଅଭିଷେକ ଫିଲ୍ମ ‘ରିଫ୍ୟୁଜୀ’ରୁ ଏକାଠି ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମ ଜୁନ୍ ୩୦,୨୦୦୦ ମସିହାରେ ରିଲିଜ୍ ହୋଇଥିଲା । ଯେଉଁଥିରେ ଜେପି ଦତ୍ତା କପୁର ଏବଂ ବଚ୍ଚନ ପରିବାରର ଦୁଇ ଷ୍ଟାରକିଡଙ୍କୁ ଲଞ୍ଚ କରିଥିଲେ । ଏହି ଫିଲ୍ମରେ କରୀନା ଏବଂ ଅଭିଷେକଙ୍କ ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା କିନ୍ତୁ ଫିଲ୍ମଟି କିଛି ବିଶେଷ ଖାସ କରି ପାରିନଥିଲା । ଏହି ଭିଡିଓ ସହିତ କରୀନା କ୍ୟାପ୍ସନରେ ଲେଖିଛନ୍ତି, ‘୨୧ ବର୍ଷ କୃତଜ୍ଞ, ଖୁସି, ଭାଗ୍ୟଶାଳୀ, ଅନୁପ୍ରାଣିତ, ଉତ୍ସାହୀ, ଆହୁରି ୨୧ ବର୍ଷ ମୁଁ ପ୍ରସ୍ତୁତ ଅଛି । ଆପଣଙ୍କ ନିରନ୍ତର ପ୍ରେମ ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ‘।






