ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ଖପରାଗଣ୍ଡ ଗାଁ ଏକ ଘରୁ ମିଳିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ । ଖବର ପାଇ ପୋଲିସ ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ଖପରାଗଣ୍ଡ ଗାଁ ଅତର୍କିତ ଚଢାଉ କରିଥିଲା । ଚଢାଉ ବେଳେ ୩୧ କ୍ବିଣ୍ଟାଲ ୫୬ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଗଞ୍ଜେଇ ପ୍ୟାକିଙ୍ଗ କରୁଥିବା ମେସିନ ମଧ୍ୟ ଜବତ ହୋଇଛି । ଏହାସହ ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ ଉକ୍ତ ଗାଁର ସନ୍ତୋଷ ମଲ୍ଲିକ । ତାଙ୍କ ବୟସ ୨୫ ବର୍ଷ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ସୂଚନା ଦେଇଛନ୍ତି ।





