ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚୋରୀ ନାନୋ କାର ନେଇ କରୁଥିଲେ ଚୋରୀ । ଧରା ପଡିବା ପରେ ପୁଲିସ୍ ହାବୁଡରେ ଦୁଇ ଲୁଟେରା । ଏଭଳି ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ । ସୂଚନାନୁସାରେ, ନୟାପଲ୍ଲୀ ଥାନା ପୁଲିସ୍ କବଜାରେ ଆଜି ଦୁଇ ଜଣ ଲୁଟେରା ଧରା ପଡିଛନ୍ତି । ଲୁଟେରା ମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଲୁଟ୍ କରୁଥିଲେ । ଲୁଟେରାମାନେ ନାନୋ କାର ନେଇ ଲୁଟ୍ କରୁଥିଲେ ବୋଲି ଜଣାପଡିଛି । ଲୁଟେରାଙ୍କ ନିକଟରୁ ଲୁଟ୍ ହୋଇଥିବା ନାନୋ କାର ସହ ୬ଟି ଲାପଟପ୍ ଓ ଲକ୍ଷାଧିକ ଟଙ୍କାର ନୂଆ ଲୁଗାପଟା ଜବତ ହୋଇଛି । ତେବେ ନୟାପଲ୍ଲୀ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ତାଙ୍କର ଆଉ ଜଣେ ସହଯୋଗୀକୁ ଖାରବେଳନଗର ପୁଲିସ୍ ଗିରଫ୍ କରିଥିବା ସୂଚନା ମିଳିଛି ।





