Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଶାର୍ଦ୍ଧରେ ତ୍ରିବେଣୀ ସଙ୍ଗମ ଯାତ୍ରା

by ସଞ୍ଜୟ ସ୍ୱାଇଁ
July 1, 2021
in Lifestyle, State
ନିଶାର୍ଦ୍ଧରେ ତ୍ରିବେଣୀ ସଙ୍ଗମ ଯାତ୍ରା
107
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ମୃତ୍ୟୁ ପରେ କରୋନା ପ୍ରେତାତ୍ମାଙ୍କୁ ମିଳିନଥିଲା ମୁକ୍ତି! ସେମାନଙ୍କୁ ମିଳିବ ମୁକ୍ତି। ସେଥିପାଇଁ ଆଜି ସକାଳେ ଶ୍ମଶାନରେ ହୋଇଥିଲା ଅସ୍ଥି ସୁଦ୍ଧି ପୂଜା। ଆସନ୍ତାକାଲି ନିଶାର୍ଦ୍ଧ ରାତିରେ ୩୮ ମୃତକଙ୍କ ଅସ୍ଥିକୁ ପ୍ରୟାଗରାଜ୍‌ର ତ୍ରିବେଣୀ ସଙ୍ଗମରେ କରାଯିବ ବିସର୍ଜନ। ଏପରି ମହାନ କାର୍ୟ୍ୟ ସୁନ୍ଦରଗଡ଼ ଜିଲ୍ଲାର ଶ୍ମଶାନ ବନ୍ଧୁମାନେ କରିଛନ୍ତି। କରୋନା ମହାମାରୀରେ ସୁନ୍ଦରଗଡ଼ ଜିଲ୍ଲାରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ସବୁ ମୃତକଙ୍କୁ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ରାଣୀବଗିଚା ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ଅନ୍ତିମ ସଂସ୍କାର ପରେ ସମ୍ପର୍କୀୟମାନେ ଅସ୍ଥିକୁ ନେଇ ଯାଇଥିଲେ। କିନ୍ତୁ ୭୬ ମୃତକଙ୍କ ସମ୍ପର୍କୀୟମାନେ ଅସ୍ଥି ନେଇନଥିଲେ। ଶ୍ମଶାନ ବନ୍ଧୁମାନେ ଖବର ଦେଲେ ମଧ୍ୟ କେହି ଶୁଣିନଥିଲେ। କୋଭିଡ୍‌ ମୃତକଙ୍କ ଅସ୍ଥି ପରିବାର ଲୋକ ନେଉନଥିବା ନେଇ ଖବର ଓଡ଼ିଶା ରିପୋର୍ଟରେ ପ୍ରକାଶ ପାଇଥିଲା। ଏହା ପରେ କେତେକ ଲୋକ ସେମାନଙ୍କ ସମ୍ପର୍କୀୟଙ୍କ ଅସ୍ଥି ନେଇ ଯାଇଥିଲେ। ହେଲେ ଆହୁରି ୩୮ ଜଣଙ୍କ ଅସ୍ଥି ଶ୍ମଶାନରେ ରହିଥିଲା। ଦୀର୍ଘ ଦିନର ଅପେକ୍ଷା ପରେ ଆଜି ଏହି ଅସ୍ଥି କଳସକୁ ବିସର୍ଜନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ୩୮ କରୋନା ମୃତକଙ୍କ ପ୍ରେତାତ୍ମାକୁ ମୁକ୍ତି ପାଇଁ ରାଣୀବଗିଚା ଶ୍ମଶାନରେ ହୋଇଥିଲା ସ୍ୱତନ୍ତ୍ର ପୂଜା। ସକାଳ ୯ଟା ପୂଜା ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ୟ୍ୟନ୍ତ ଚାଲିଥିଲା। ଅସ୍ଥି ସୁଦ୍ଧିକ୍ରିୟା ପରେ ବ୍ରାହ୍ମଣ ଭୋଜନ ଦିଆଯାଇଥିଲା। ଆସନ୍ତା କାଲି ନିଶାର୍ଦ୍ଧ ରାତିରେ ୩୮ ଜଣଙ୍କ ଅସ୍ଥିକୁ ସ୍ୱତନ୍ତ୍ର ଗାଡ଼ିରେ ଉତ୍ତରପ୍ରଦେଶର ପ୍ରୟାଗରାଜକୁ ନିଆଯିବ। ସେଠାରେ ତ୍ରିବେଣୀ ସଙ୍ଗମରେ ଅସ୍ଥି ବିସର୍ଜନ କରିବେ ଶ୍ମଶାନ ବନ୍ଧୁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!