Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳକଙ୍କୁ ଗୋଇଠା ମାରି ପୁଲିସ୍ କର୍ମଚାରୀ ନିଲମ୍ବିତ

by ସଞ୍ଜୟ ସ୍ୱାଇଁ
July 1, 2021
in State
ନାବାଳକଙ୍କୁ ଗୋଇଠା ମାରି ପୁଲିସ୍ କର୍ମଚାରୀ ନିଲମ୍ବିତ
161
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନାବାଳକ ଚା’ ଦୋକାନୀଙ୍କୁ ପିଟିଲା ପୁଲିସ୍। ଗୋଇଠା ପରେ ଗୋଇଠା ମାରିବା ସହିତ ଦୋକାନରୁ କିଛି ଜିନିଷ ବି ନେଇ ଚାଲିଗଲେ। ଆଉ ଏସବୁ ଦୃଶ୍ୟ କଏଦ ହୋଇଯାଇଛି ସିସିଟିଭିରେ। ଘଟଣାଟି ରାଜଧାନୀ ଭୁବନେଶ୍ୱରର ସହିଦ ନଗର ଥାନା ଅନ୍ତର୍ଗତ କେସୁରା ଅଞ୍ଚଳରେ ଘଟିଥିବା ବେଳେ ଜଣେ ପୁଲିସ୍ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଦୁଇ ଦିନ ତଳେ କେସୁରାରେ ଏହି ନାବାଳକ ଜଣଙ୍କ ଦିନ ଗୋଟାଏ ପରେ ବି ତାଙ୍କ ଚା’ ଦୋକାନ ଖୋଲା ରଖିଥିଲେ। ଏହି ସମୟରେ ପହଞ୍ଚିଥିଲେ ପାଟ୍ରୋଲିଂରେ ଥିବା ପୁଲିସ୍ କର୍ମଚାରୀ। ପିଲାଟି କିଛି ବୁଝିବା ପୂର୍ବରୁ ସେ ତାକୁ ଗୋଇଠା ପରେ ଗୋଇଠା ମାରିଥିଲେ। ଚା’ ଦୋକାନୀ ଜଣଙ୍କ ନାବାଳକ ବୋଲି ଜାଣି ସୁଦ୍ଧା ସେ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ୍ କର୍ମଚାରୀ ଜଣଙ୍କ କେବଳ ମାଡ଼ ମାରି ନଥିଲେ। ସେ ଓ ତାଙ୍କ ସହଯୋଗୀମାନେ ଦୋକାନ ଭିତରେ ପଶି କିଛି ଜିନିଷ ବି ନେଇଯାଇଥିଲେ। ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି। ଏହି ଘଟଣାରେ ଜଣେ ପିସିଆର କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ଏ. କେ ବିଶ୍ୱାଳ। ତାଙ୍କ ସହିତ ଥିବା ଆଉ ୨ କର୍ମଚାରୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ବଡ଼ଗଡ଼ ଥାନା ପିସିଆର ଟିମ୍ ସହିଦ ନଗର ଥାନା ଅଞ୍ଚଳରେ ପଶି ଏହି କାଣ୍ଡ ଭିଆଇଛନ୍ତି। ସେମାନେ ଜରିମାନା ଆଦାୟ କରିବା ପରେ କାହିଁକି ମାଡ଼ ମାରିଲ, ସେ ନେଇ ତଦନ୍ତ କରାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!