ଫୁଲବାଣୀ, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ପୁଲିସ ଦ୍ଵାରା ପୁଣି ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ । କିଛି ବ୍ୟକ୍ତି ଗଞ୍ଜେଇ ଚାଲାଣ ପାଇଁ ଉଦ୍ୟମ କରୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଲିସ ବକଡାମାଇ ଗ୍ରାମ ନିକଟ ରାସ୍ତାରେ ଚଢ଼ାଉ କରିଥିଲେ । ଗଞ୍ଜେଇ ଚାଲାଣ କରିବାକୁ ଉଦ୍ୟମ କରୁଥିବା ମାଫିଆ ମାନଙ୍କୁ ଧରିବା ସହ ଗଞ୍ଜେଇ ଜବତ କରିଥିଲା ପୁଲିସ । ଜବତ ଗଞ୍ଜେଇର ପରିମାଣ ୭୧୪ କିଲୋ ବୋଲି କହିଛି ପୁଲିସ । ଗିରଫ ବ୍ୟକ୍ତି ମାନେ ହେଲେ ବୁଦ୍ଧଦେବ ଦିଗାଲ, ସନ୍ୟାସୀ ଦିଗାଲ ଓ କାଳିଆ କହଁର । ଏ ନେଇ ଗୋଚ୍ଛାପଡା ଥାନାରେ କେସ ରୁଜ୍ଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଞିତ କୁମାର ମୁନୀ ସୂଚନା ଦେଇଛନ୍ତି ।





