ଭୁବନେଶ୍ୱର (ବାଘୁଆବାର୍ତ୍ତା): ରାଜ୍ୟ ସରକାର ଓଡିଶା ପ୍ରଶାସନ ସେବାର ୧୫୫ ଓଏଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି । ଅଧିକାଂଶ ନିଜ ସ୍ଥାନରେ ରହି କାର୍ଯ୍ୟକରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ସାମାନ୍ୟ ଅଦଳବଦଳ ହୋଇଛି । ଓଡିଶା ପ୍ରଶାସନିକ ସେବା ଗ୍ରେଡ – ‘ଏ’ ସିନିଅର ରୁ ପଦୋନ୍ନତି ପାଇ ଓଡିଶା ପ୍ରଶାସନିକ ସେବା ସୁପର ଟାଇମକୁ ପଦୋନ୍ନତି ମିଳିଛି । ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ପଦୋନ୍ନତି ମିଳିଛି ।





