ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କରୋନା ମହାମାରୀ ଅନେକ ଜୀବନ ନେଇଛି । ଏମିତିକି କୋଭିଡ୍ ଯୋଦ୍ଧାଙ୍କ ଜୀବନ ନେଇଛି । ଜଣେ ନୁହେଁ କି ଦୁଇଜଣ ନୁହେଁ ଲହରର ଅନୁସାରେ ନେଉଛି ଶହ ଶହ ଜୀବନ । ଦେଶରେ କରୋନାର ପ୍ରଥମ ଲହରରେ ଶତାଧିକ ଡାକ୍ତରଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରରେ ଭାରତରୁ ୭୯୮ ଜଣ ଡାକ୍ତରଙ୍କ ନୀବନ ନେଇଛି ମହାମାରୀ କରୋନା । ନିଜ ଜୀବନକୁ ପଛରେ ପକାଇ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଜୀବନ ମଧ୍ୟ ନେଉଛି ମହାମାରୀ କରୋନା । ଏନେଇ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍(ଆଇଏମଏ) ସୂଚନା ଦେଇଛି । ବର୍ତ୍ତମାନ ମହାମାରୀ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ଦେଶରେ ଉଦବେଗଜନକ ପରିସ୍ଥିତିରେ ପହଞ୍ଚିଛି । କରୋନାର ଦ୍ୱିତୀୟ ଲହରରେ ୭୯୮ଜଣ ଡାକ୍ତରଙ୍କ ମଧ୍ୟରୁ ଦିଲ୍ଲୀରେ ସର୍ବାଧିକ ୧୨୮ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଥିବା ବେଳେ ବିହାର ୧୧୫ ଓ ଉତ୍ତର ପ୍ରଦେଶ ରାଜ୍ୟରେ ୭୯ଜଣ ଡାକ୍ତରଙ୍କ ମହାମାରୀ କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ହୋଇଛି ।





