ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ୨୪ଘଣ୍ଟାରେ ଚାଲିଗଲା ୧୨ଟି ମୂଲ୍ୟବାନ ଜୀବନ । ମହାମାରୀ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ କିନ୍ତୁ ଚିକିତ୍ସାରେ ଅବହେଳା ହୋଇଥିବାରୁ ୧୨ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଗୌହାଟି ହସ୍ପିଟାଲରେ । ସୂଚନାନୁସାରେ, ଗୌହାଟି ହସ୍ପିଟାଲରେ ୧୨ଜଣ କରୋନା ରୋଗୀଙ୍କ ମଧ୍ୟରୁ ୯ଜଣ ରୋଗୀଙ୍କୁ ଆଇସିୟୁରେ ଏବଂ ୩ଜଣଙ୍କୁ ଅନ୍ୟ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ସମସ୍ତଙ୍କର ଅମ୍ଲଜାନ ସ୍ତର ୯୦ ପ୍ରତିଶତରୁ କମ୍ ଥିଲା । ଚିକିତ୍ସା ଧିନ ଅବସ୍ଥାରେ ଉକ୍ତ ହସ୍ପିଟାଲରେ ରାତିରେ ଡ୍ୟୁଟି କରୁଥିବା ଡାକ୍ତରଙ୍କ ଅନୁପସ୍ଥିତି ରହିବା ଯୋଗୁଁ ରୋଗୀମାନଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏଭଳି ଅଘଟଣ ଘଟିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ପରିସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି ।





