ପାରାଦ୍ୱୀପ, (ବାଘୁଆବାର୍ତ୍ତା): ସମୁଦ୍ର କୂଳରୁ ମିଳିଛି ବିରଳ ପ୍ରଜାତିର ଷ୍ଟେନେଲା ଡଲଫିନ୍ । ସାଢେ ୪ଫୁଟ ଲମ୍ବର ଏକ ଡଲଫିନର ଓଜନ ପାଖାପାଖି ୨୫ କିଲୋ ମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି । ଏହି ପଲଫିନ୍ ସମୁଦ୍ର କୂଳରେ ସାଧାରଣତଃ ଖୁବ୍ କମ୍ ଦେଖିବାକୁ ମିଳିଥାଏ । ପାରାଦ୍ୱୀପ ବନ୍ଦରର ୫ନଂ ଗେଟ୍ ନିକଟ ହନୁମାନ ମନ୍ଦିରର ପଛପଟ ସମୁଦ୍ର କୂଳରେ ପଡିଥିବାର ଦେଖି କିଛି ଯୁବକ ଏହାକୁ ପୋତି ଦେଇଥିଲେ । ଉକ୍ତ ଡଲଫିନର ଉପର ଭାଗ କଳା ଚିକ୍ ଚିକ୍ ମାରୁଥିବା ବେଳେ ଏହାର ମୁହଁ ଲମ୍ବା ରଣ୍ଟ ଭଳି ବାହାରିଛି । ବ୍ରାଜିଲ୍ ଓ ଫ୍ରାନ୍ସ ଦେଶରେ ଏହି ପ୍ରଜାତିର ଡଲଫିନ୍ ଦେଖିବାକୁ ମିଳିଥାଏ । ଉକ୍ତ ଡଲଫିନର ଶବ ବେବଚ୍ଛେଦ ପରେ ଏହାର ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିବାଗ ପକ୍ଷରୁ କୁହାଯାଇଛି । ଖବର ପାଇ କୁଜଙ୍ଗ ବନ ବିଭାଗ ମୃତ ଡଲଫିନକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବାକୁ ନେଇଥିବା ଜଣାପଡିଛି ।





