Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୂଆ ଗାଇଡଲାଇନ ଜାରି କଲେ ମୁଖ୍ୟ ଶାସନ ସଚିବ, ନୟାଗଡ଼ ପାଇଁ କଡା ଆଭିମୁଖ୍ୟ

by ସଞ୍ଜୟ ସ୍ୱାଇଁ
June 30, 2021
in Planning and Development, State
ନୂଆ ଗାଇଡଲାଇନ ଜାରି କଲେ ମୁଖ୍ୟ ଶାସନ ସଚିବ, ନୟାଗଡ଼ ପାଇଁ କଡା ଆଭିମୁଖ୍ୟ
1.1k
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ବଢିଲା ଲକଡାଉନ୍ କଟକଣା। ଜୁଲାଇ ୧୬ ଯାଏଁ ଆଂଶିକ ଲକ୍‌ଡାଉନ ବଳବତ୍ତର ରଖିଲେ ରାଜ୍ୟ ସରକାର। “କାଟେଗୋରୀ A”ରେ ଥିବା ୨୦ଟି ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ସବୁ ଦୋକାନ ବଜାର ଖୋଲିବ। “କାଟେଗୋରୀ B”ରେ ଥିବା ୧୦ଟି ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ଯାଏଁ ଦୋକାନ ଖୋଲା ରହିବ। ସାରା ରାଜ୍ୟରେ ସନ୍ଧ୍ୟା ୬ ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ଏପରି ପଦକ୍ଷେପ ନିଆଯାଇଛି । ପୂର୍ବରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ଏହାର ସମୟସୀମାକୁ ବୃଦ୍ଧି କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଜିଲ୍ଲା ଗୁଡିକୁ ୨ଟି କାଟେଗୋରୀରେ ବିଭକ୍ତ କରାଯାଇଛି। “କାଟେଗୋରୀ A” ଓ “କାଟେଗୋରୀ B”। ୫ ପ୍ରତିଶତରୁ ସଂକ୍ରମଣ କମିଥିବା ଜିଲ୍ଲା ଗୁଡିକୁ “କାଟେଗୋରୀ A”ରେ ରଖାଯାଇଛି। ସେହିପରି ୫ ପ୍ରତିଶତରୁ ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା ଗୁଡିକୁ “କାଟେଗୋରୀ B”ରେ ସ୍ଥାନିତ କରାଯାଇଛି। “କାଟେଗୋରୀ A”ରେ ୨୦ଟି ଜିଲ୍ଲା ଓ “କାଟେଗୋରୀ B”ରେ ୧୦ଟି ଜିଲ୍ଲାକୁ ସ୍ଥାନିତ କରାଯାଇଛି। ସ୍ଥିତି ଦେଖି ଗ୍ରାଜୁଆଲି ଅନଲକ୍ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। “କାଟେଗୋରୀ B”ରେ ଥିବା ୧୦ ଟି ଜିଲ୍ଲା: ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ ଓ ପୁରୀ। ସେହିପରି “କାଟେଗୋରୀ A” ଥିବା ୨୦ଟି ଜିଲ୍ଲା ହେଲେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା। କାଟେଗୋରୀ Aରେ ଥିବା ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ଏହି ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବ। ସପ୍ତାହନ୍ତ ସଟଡାଉନ କଟକଣା ହଟିବ। ସପିଂ ମଲ୍, ପାର୍ଲର ଆଦି ଛାଡି ଆଉ ସବୁ ଦୋକାନ ଖୋଲା ରହିବ। ସପ୍ତାହିକ ହାଟ ଖୋଲିବ। ଏହା ସହ ଏହି ଜିଲ୍ଲା ଗୁଡିକରେ ଧାର୍ଯ୍ୟ ସିଟରେ ବସ୍ ଓ ଟାକ୍ସି ଚଳାଚଳ କରିବ। ଇନଡୋର ଓ ଆଉଟଡୋର୍ ସୁଟିଂକୁ ମଧ୍ୟ ଅନୁମତି ମିଳିବ। “କାଟେଗୋରୀ B”ରେ ଥିବା ୧୦ଟି ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ଯାଏଁ ଦୋକାନ ଖୋଲା ରହିବ। ଏହି ଜିଲ୍ଲାରେ ସ୍ପା, ପାର୍ଲର ଓ ମଲ୍ ବନ୍ଦ ରହିବ। ଦୋକାନ ଖୋଲିବା ବେଳେ ଦୋକାନ ମାଲିକ କୋଭିଡ୍ ଗାଇଡଲାଇନ୍ ପାଳନ କରିବେ। ଯେଉଁଠି ଗାଇଡଲାଇନ୍ ଉଲ୍ଲଙ୍ଘନ ହେବ ସେଠାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ଅନୁମତି ମିଳିବ। ଉଠା ଦୋକାନୀ ଦୋକାନ ଖୋଲି ପାରିବେ, ଜିନିଷ ପାର୍ସଲ ଦେବେ। ତେବେ ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ୍ ଖୋଲିବାକୁ ଅନୁମତି ମିଳିବ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!