ଭଦ୍ରକ, (ବାଘୁଆବାର୍ତ୍ତା): ଲକଡାଉନ୍ ଓ ସଟ୍ଡାଉନରେ ଲୁଟେରା ସକ୍ରିୟ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ ୩ ଜଣ ଲୁଟେରାଙ୍କୁ କାବୁ କଲା ପୋଲିସ। ଏହି ଲୁଟେରାମାନେ ମୋବାଇଲ୍ ଟାୱାରରୁ ବିଭିନ୍ନ ଯନ୍ତ୍ରାଂଶ ଲୁଟ୍ପାଟ୍ କରୁଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଠାରେ ଏକ ବୋଲେରୋ ଗାଡ଼ି ଉପରେ ଚଢାଉ କରିଥିଲା। ଏହି ଗାଡ଼ି ଭିତରୁ ମୋବାଇଲ୍ ଟାୱାରରେ ବ୍ୟବହୃତ ହେଉଥିବା ଯନ୍ତ୍ରାଂଶ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ପୋଲିସ କହିଛି। ଏହା ସହ ବୋଲେରୋରେ ଯାଉଥିବା ୩ ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଲୁଟେରାମାନେ ସବୁ ଧାମନଗର ଅଞ୍ଚଳର ବୋଲି ସୂଚନା ମିଳିଛି।





