Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୋୟର ସୁକତେଲ: ବିସ୍ଥାପିତଙ୍କୁ ସ୍ଥାନାନ୍ତରଣ ଆରମ୍ଭ

by ସଞ୍ଜୟ ସ୍ୱାଇଁ
June 30, 2021
in Feature News
ଲୋୟର ସୁକତେଲ: ବିସ୍ଥାପିତଙ୍କୁ ସ୍ଥାନାନ୍ତରଣ ଆରମ୍ଭ
134
VIEWS
Share on FacebookShare on Twitter

ବଲାଙ୍ଗୀର,(ବାଘୁଆବାର୍ତ୍ତା): ଲୋୟର ସୁକତେଲ ଡ୍ୟାମ ସାଇଟ୍‌ ଗାଁ ପରଧିଆପାଲିରୁ ଆଜି ଠାରୁ ବିସ୍ଥାପିତଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ପ୍ରଥମ ଦିନରେ ପ୍ରକଳ୍ପ ଦ୍ବାରା ବିସ୍ଥାପନ ହେବାକୁ ଥିବା ୭୦ ପରିବାରର ଘରକୁ ପ୍ରଶାସନ ଅକ୍ତିଆର କରିବା ସହ ୩୦ ପରିବାରର ଘରକୁ ଡୋଜର୍‌ ଲଗାଇ ଭାଙ୍ଗି ଦିଆଯାଇଛି। ଏଥି ପାଇଁ ସକାଳୁ ପରଧିଆପାଲି ଗାଁରେ ପୁଲିସ ଫୋର୍ସ ପହଞ୍ଚିଥିଲେ। ପରେ ପରେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ, ଲୋୟର ସୁକତେଲ ପ୍ରକଳ୍ପ ନିର୍ଦ୍ଦେଶକ (ଆର୍‌ଆର୍‌) ମହେନ୍ଦ୍ର ମହାପାତ୍ର, ଏସ୍‌ଡିପିଓ ତୁଫାନ ବାଗ ପ୍ରମୁଖ ପହଞ୍ଚିଥିଲେ। ଯେଉଁ ପରିବାର ଦ୍ୱିତୀୟ କିସ୍ତି ଟଙ୍କା ଗ୍ରହଣ କରି ସାରିଛନ୍ତି ସେମାନଙ୍କ ଘରଙ୍କୁ ଯାଇ ଏହି ଅଧିକାରୀଗଣ ଆସବାବପତ୍ର କାଢ଼ିବାକୁ କହିଥିଲେ। ବିସ୍ଥାପିତ ଅନେକ ଦିନରୁ ଗାଁ ଛାଡ଼ିବେ ବୋଲି ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଥିଲେ ବି ଘର ଛାଡ଼ିଲା ସମୟରେ ଆଖିରୁ ଲୁହ ଝରାଇଥିଲେ। ପ୍ରଥମେ ଗାଁର ଶେଷଦେବ ଗଡତ୍ୟାଙ୍କ ଘର ଭଙ୍ଗାଯାଇଥିଲା। ଘର ଛାଡ଼ିବାକୁ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଗତକିଛି ଦିନ ତଳେ ନୋଟିସ ଦିଆଯାଇଥିଲା। ୨୪ ଘଣ୍ଟା ଭିତରେ ଘର ଛାଡ଼ିବାକୁ ଗତକାଲି ଡାକାବାଜି ଯନ୍ତ୍ରରେ ଘୋଷଣା କରାଯାଇଥିଲା। ଯେଉଁମାନେ କ୍ଷତିପୂରଣ ନେଇ ସାରିଛନ୍ତି ସେମାନଙ୍କୁ ବିସ୍ଥାପିତ କରାଯାଇ ଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ କହିଛନ୍ତି। ଗାଁରେ ୨୨୦ ପରିବାର ଦ୍ୱିତୀୟ କିସ୍ତି ଟଙ୍କା ନେଇସାରିଥିବା ପ୍ରକଳ୍ପ ନିର୍ଦ୍ଦେଶକ (ଆର୍‌ଆର୍‌) ସୂଚନା ଦେଇଛନ୍ତି। ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହେବାକୁ ଥିବା ଲୋୟର୍‌ ସୁକତେଲ ନଦୀର ଡାହାଣ ପଟେ ଥିବା ୧୫ଟି ଗ୍ରାମରେ ପ୍ରଶାସନ ୨୦୦୪ ମସିହାରୁ କ୍ଷତିପୂରଣ ବଣ୍ଟନ କରିଚାଲିଛି। ଗତ ୧୭ ବର୍ଷ ଭିତରେ ପ୍ରଶାସନ ଓ ବିସ୍ଥାପିତଙ୍କ ମଧ୍ୟରେ ଅନେକଥର ବିବାଦ ହୋଇଥିଲା। ରାଜ୍ୟରେ ପୂର୍ବରୁ ହୋଇଥିବା ପ୍ରକଳ୍ପମାନଙ୍କର ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ନଦେଇ ବିତାଡ଼ିତ କରାଯାଇଥିବା ବିଷୟ କହି ପ୍ରଥମେ ଏକକାଳୀନ କ୍ଷତିପୂରଣ ଓ ଥଇଥାନ ରାଶି ଦେବାକୁ ଦାବି କରୁଥିଲେ। ୨୦୧୩ କ୍ଷତିପୂରଣ ଓ ଥଇଥାନ ଆଇନ ଲାଗୁ କରିବାକୁ ଆନ୍ଦୋଳନ କରି ଡ୍ୟାମ୍‌ କାମକୁ ବନ୍ଦ ମଧ୍ୟ କରାଯାଇ ଥିଲା। ଶେଷରେ ଗତ ୨୦୨୧ ମସିହା ଫେବ୍ରୁଆରି ମାସରୁ ବିସ୍ଥାପିତଙ୍କୁ ଏକ୍ସଗ୍ରାସିଆ ସମେତ ଅନ୍ୟାନ୍ୟ କ୍ଷତିପୂରଣ ରାଶି ବଣ୍ଟନ ଚାଲିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!