Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାତି ପାହିଲେ ସରିବ କଟକଣା, ଜୁଲାଇ ଗାଇଡଲାଇନ୍‌କୁ ନେଇ ଚର୍ଚ୍ଚା ଆରମ୍ଭ

by ସଞ୍ଜୟ ସ୍ୱାଇଁ
June 30, 2021
in Planning and Development, State
ରାତି ପାହିଲେ ସରିବ କଟକଣା, ଜୁଲାଇ ଗାଇଡଲାଇନ୍‌କୁ ନେଇ ଚର୍ଚ୍ଚା ଆରମ୍ଭ
182
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଲକ୍‌ଡାଉନ୍‌ ଅବଧିର ଶେଷ ଦିନ। ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଆସନ୍ତାକାଲିଠୁ ଲକଡାଉନ୍‌ ଅବଧି ପୁଣି ଥରେ ବଢିବ ନା କୋହଳ ହେବ ତାକୁ ନେଇ ଆରମ୍ଭ ହୋଇଗଲାଣି କଳ୍ପନାଜଳ୍ପନା। ପ୍ରାୟ ଦୁଇ ମାସର ଲକ୍‌ଡାଉନ୍‌, ସପ୍ତାହାନ୍ତ ସଟ୍‌ଡଉନ୍‌ ଓ ପୁଣି ଆଂଶିକ ଲକ୍‌ଡାଉନ୍‌ ପରେ ଏବେ ସମସ୍ତଙ୍କ ନଜର ଜୁଲାଇ ଗାଇଡଲାଇନ୍‌ ଉପରେ । ଆସନ୍ତାକାଲି ଆଂଶିକ ଲକ୍‌ଡାଉନ୍‌ ଅବଧି ଶେଷ ହେଉଥିବାରୁ କେଉଁ ଜିଲ୍ଲାରେ କଟକଣା କେତେ ମାତ୍ରାରେ କୋହଳ ହେବ, ନୂଆ ନିୟମାବଳୀ କଣ ହେବ, ତା ଉପରେ ବିଚାର ବିମର୍ଶ ଚଳାଇଛି ସ୍ୱାସ୍ଥ୍ୟ ବିଭାଗ । ଏବେ ବି ୧୦ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ୫ ପ୍ରତିଶତ ଉପରେ ରହିଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାକୁ ଇ- କାଟାଗୋରୀରେ ରଖି ସକାଳୁ ୬ରୁ ସଂଧ୍ୟା ୫ ଯାଏଁ ସବୁ ଦୋକାନ ଖୋଲିବାକୁ ଯେପରି ଅନୁମତି ଦିଆଯାଇଥିଲା, ସେହି ଫର୍ମୁଲା ଉପକୂଳ ଓଡ଼ିଶାରେ ଲାଗୁ ହେବାର ସମ୍ଭାବନା ରହିଛି । ବିଭିନ୍ନ ରାଜ୍ୟରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଜିମ୍, ମଲ୍ ଓ ବସ୍ ସେବାକୁ ଅନୁମତି ମିଳିଥିବାରୁ ଜୀବିକାକୁ ଆଖି ଆଗରେ ରଖି ଆମ ରାଜ୍ୟରେ ବି ସେହି ଲାଇନ୍‌ରେ ନିଷ୍ପତ୍ତି ନିଆଯାଇପାରେ । ତେବେ ପଜିଟିଭିଟି ରେଟ୍ ଅଧିକ ରହୁଥିବା ଜିଲ୍ଲାଗୁଡ଼ିକରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍‌ ଜାରି ରହିପାରେ । କିମ୍ବା ସମସ୍ତ ଜିଲ୍ଲାକୁ ହାଇରିସ୍କ, ମୋଡେରେଟ୍ ରିସ୍କ ଓ ଲୋ ରିସ୍କରେ ବିଭକ୍ତ କରି ଅଲଗା ଅଲଗା ନିୟମାବଳୀ ଲାଗୁ କରାଯାଇପାରେ । ବିଶେଷକରି ଯେଉଁ ଜିଲ୍ଲାଗୁଡ଼ିକରେ ପଜିଟିଭିଟି ରେଟ୍ ବହୁତ କମ୍ ରହିଛି ସେଠାରେ ନିୟମ ଅଧିକ କୋହଳ କରାଯିବାର ସମ୍ଭାବନା ରହିଛି । ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କିନ୍ତୁ ଚେତାଇ ଦେଇଛନ୍ତି ସଂକ୍ରମଣ କମୁଥିଲେ ବି ଆଶଙ୍କା ଦୂର ହୋଇନି । ନିୟମ ନମାନିଲେ ପଜିଟିଭ୍ ସଂଖ୍ୟା ବଢିବ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!