Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଢେ ୨ଟାରେ ରାଜ୍ୟରେ କୋଭିଡ ସ୍ଥିତି ନେଇ କହିବେ ମୁଖ୍ୟ ଶାସନ ସଚିବ

by ସଞ୍ଜୟ ସ୍ୱାଇଁ
June 30, 2021
in Planning and Development, State
ସାଢେ ୨ଟାରେ ରାଜ୍ୟରେ କୋଭିଡ ସ୍ଥିତି ନେଇ କହିବେ ମୁଖ୍ୟ ଶାସନ ସଚିବ
105
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): କୋଭିଡ଼ ସ୍ଥିତି ନେଇ ଆଜି ଅପରାହ୍ନରେ କହିବେ ମୁଖ୍ୟ ଶାସନ ସଚିବ। ରାଜ୍ୟରେ ତାଲା ବନ୍ଦ ବଢ଼ିବ ନା ନାହିଁ ତା’ଉପରେ ସାରା ରାଜ୍ୟର ନଜର ଥିବା ବେଳେ ଆଜି ଅପରାହ୍ନ ୨ଟା ୩୦ରେ କହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଜୁଲାଇ ଗାଇଡ଼ଲାଇନ ନେଇ ଦେଇପାରନ୍ତି ଗୁରୁତ୍ବପୂର୍ଣ୍ଣ ସୂଚନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ୍ ୧ ପର୍ୟ୍ୟନ୍ତ ରାଜ୍ୟରେ ଲକଡାଉନ ଅବଧି ବଢାଇ ଦିଆଯାଇଥିଲା। ତେଣୁ ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌ ହେବ । ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଓଡ଼ିଶାରେ ଜୁନ୍‌ ମାସରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞ ମାନେ କହୁଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ହାର କମିବାରେ ଲାଗିଛି । କିନ୍ତୁ କିଛି ଜିଲ୍ଲାରେ ସଂକ୍ରମଣ ହାର ଟିକିଏ ଅଧିକା ରହିଛି । ତେଣୁ ଏହି ସବୁ ଜିଲ୍ଲାର କଟକଣାକୁ ପୁରା କୋହଳ କରିବା ଉଚିତ୍‌ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ସେହିପରି ଦେଖିବାକୁ ଗଲେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ଥମିବାରେ ଲାଗୁନି । ପ୍ରତିଦିନ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ତେବେ ୨୧ ଜିଲ୍ଲାରେ ବର୍ତ୍ତମାନ ଟି.ପି.ଆର. ୫ ପ୍ରତିଶତ ତଳେ ଥିବାରୁ ଏସବୁ ଜିଲ୍ଲାରେ ଅନେକ କଟକଣା କୋହଳ କରିପାରନ୍ତି ସରକାର। ଏ- କାଟାଗୋରୀରେ ଆସୁଥିବା ୧୭ ଜିଲ୍ଲା ସହ ଆଉ ୪ ଜିଲ୍ଲାକୁ ସାମିଲ କରି ସେଠି ବସ୍ ଚଳାଚଳ ହେବା ସହ ଦୋକାନ ଖୋଲିବା ଅବଧି ବଢ଼ାଯାଇପାରେ। ହେଲେ କଟକ, ଖୋର୍ଦ୍ଧା, ବାଲେଶ୍ୱର, ପୁରୀ ଓ ମୟୁରଭଞ୍ଜ ଭଳି ୫ ଜିଲ୍ଲାରେ ଟି.ପି.ଆର. ୭ ପ୍ରତିଶତ ଉପରେ ଥିବାରୁ ଏସବୁ ଜିଲ୍ଲାରେ ସଂକ୍ରମଣ କମାଇବାକୁ ସରକାରଙ୍କ ସ୍ୱତନ୍ତ୍ର ଫୋକସ ରହିପାରେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!