Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧାହେଲେ ରସିକିଆ ଟ୍ୟୁସନ ମାଷ୍ଟର

by ସଞ୍ଜୟ ସ୍ୱାଇଁ
June 29, 2021
in Crime, State
ବନ୍ଧାହେଲେ ରସିକିଆ ଟ୍ୟୁସନ ମାଷ୍ଟର
169
VIEWS
Share on FacebookShare on Twitter

ପାଟଣା, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ । ପରେ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୋଗରେ ପାଟଣା ପୋଲିସ ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ସେଠୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ନାବାଳିକାଙ୍କ ପରିବାରର ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ନାବାଳିକାଙ୍କୁ ଟ୍ୟୁସନରେ ପାଠ ପଢ଼ାଇବା ସମୟରେ ପ୍ରେମ ଜାଲରେ ଫସାଇଥିଲେ । ଗତ ମେ’ ମାସ ୧୮ ତାରିଖରେ ଅପହରଣ କରି ବାରିପଦାକୁ ନେଇ ଯାଇଥିଲା । ପରେ ଅଭିଯୁକ୍ତର ସମ୍ପର୍କୀୟ ମାଉସୀ ଘର ମାଟିଆଗଡ଼ ଗ୍ରାମରେ ନାବାଳିକାଙ୍କୁ ରଖି ଦୁଷ୍କର୍ମ କରିଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକେ ପାଟଣା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତର ପରିବାର ଲୋକେ ନାବାଳିକାଙ୍କୁ ସେଠାରୁ ଆଣି ଥାନାରେ ହାଜର କରାଇଥିଲେ । ପୋଲିସ ପକ୍ଷରୁ ନାବାଳିକାଙ୍କ ଡାକ୍ତର ମାଇନା କରାଯାଇଥିଲା । ଘଟଣାରେ ତଦନ୍ତ କରଯାଇ ଫେରାର ଥିବା ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ସେଠୀକୁ ମଙ୍ଗଳବାର ମାଉସୀ ଘର ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ମାଟିଆଗଡ଼ ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି। ଅଭିଯୋଗରେ ପାଟଣା ପୋଲିସ କେସ୍ ନମ୍ବର ୬୮/ ୨୧ ଆଇ, ପି ସି ୩୬୩,୩୭୬( ୪ ) ପୋସ୍କୋ ଆକ୍ଟ ରେ ଉଦୟପୁର ଗ୍ରାମର ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ସେଠୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!