ଓଡ଼ଗାଁ,(ବାଘୁଆବାର୍ତ୍ତା):ବ୍ଲକ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବିଭାଗ ତରଫରୁ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶିଖରପୁର ଗ୍ରାମର ଦିବ୍ୟାଙ୍ଗ ଶରତ ପ୍ରଧାନଙ୍କୁ ବ୍ଲକ ପରିସରରେ ତିନିଚକିଆ ସାଇକେଲ ବଣ୍ଟନ କରାଯାଇଛି ।ମୁଖ୍ୟ ଅତିଥିରୂପେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ଯୋଗ ଦେଇ ଏହି ଉପକରଣକୁ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜନ ପାଇକରାୟ, ନୀଳମାଧବ ମିଶ୍ର, ନିରାକାର ମହାନ୍ତି, ଅଶ୍ରୁମୋଚନ ସ୍ୱାଇଁ , ତୋଫାନ ପ୍ରମୁଖ ଉପସ୍ଥିତ ଥିଲେ ।






