Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହ ପାଇଁ ମନା କଲେ ଯୁବତୀ

by ସଞ୍ଜୟ ସ୍ୱାଇଁ
June 29, 2021
in State
ବିବାହ ପାଇଁ ମନା କଲେ ଯୁବତୀ
381
VIEWS
Share on FacebookShare on Twitter

ପାଟଣା, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୋଲିସ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ । ବାରିଆ ଥାନା ସିଲିଟିଆ ଗ୍ରାମର ସନାତନ ପାତ୍ରଙ୍କ ପୁଅ ହିମାଂଶୁ ଶେଖର ପାତ୍ର ଓରଫ ରଥ(୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ତୁରୁମୁଙ୍ଗା ଥାନାରେ ୬୭/୨୧ରେ ମାମଲା ରୁଜୁ କରି ଆଇପିସି ଧାରା ୪୫୭, ୩୫୪ରେ ଗିରଫ କରିଛି। ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ବାଉଁଶୁଳି ଗ୍ରାମର ଜଣେ ଯୁବତୀ ଘରେ ଏକା ଶୋଇଥିବା ବେଳେ ଅଭିଯୁକ୍ତ ହିମାଂଶୁ ଯୁବତୀଙ୍କ ଘରର କବାଟ ବାଡେଇଥିଲା । ଯୁବତୀ ଜଣଙ୍କ ଏକା ଶୋଇଥିବାରୁ କବାଟ ଖୋଲିନଥିଲେ । କବାଟ ନ ଖୋଲିବାରୁ ଘରର କାଢି ଯୁବତୀ ଶୋଇଥିବା ଘରକୁ ପଶି ଯୁବତୀଙ୍କୁ ଟଣା ଓଟରା କରିଥିଲେ। ଯୁବତୀ ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ବାହାରକୁ ପଳାଇ ଆସି ପାଟି କରିଥିଲେ । ପାଟି ଶୁଣି ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିବାରେ ସଫଳ ହୋଇଥିଲା। ପୋଡ଼ଶୀ ଏହି କଥା ଜାଣିବା ପରେ ଅଭିଯୁକ୍ତକୁ ସିଲିଟିଆ ଗ୍ରାମରୁ ଆଣି ବାଉଁଶୁଳି ଗ୍ରାମରେ ଅଟକ ରଖିଥିଲେ । ଘଟଣାକୁ ନେଇ ଯୁବତୀ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବା ପରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ବାଉଁଶୁଳି ଗ୍ରାମରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତୁରୁମୁଙ୍ଗା ଥାନା ଏସଆଇ ସୁଶାନ୍ତମଣୀ ମହାନ୍ତି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଯୁବତୀ ଜଣଙ୍କୁ ଅଭିଯୁକ୍ତ ବିବାହ କରିବା ପାଇଁ ପୂର୍ବରୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ଯୁବତୀ ତାଙ୍କୁ ବିବାହ ପାଇଁ ମନା କରିବାରୁ ହିମାଂଶୁ ଏପରି କାଣ୍ଡ ଭିଆଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!