ନୟାଗଡ଼,(ବାଘୁଆବାର୍ତ୍ତା): ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଜିଠାରୁ ଜିଲ୍ଲା ଓ ବ୍ଲକ ସାମ୍ବାଦିକମାନେ କଳାବ୍ୟାଜ୍ ପରିଧାନ କରିଛନ୍ତି । ନୟାଗଡ଼ ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ବୈଠକରେ ଆଗାମୀ କାର୍ଯ୍ୟ ପନ୍ଥା ନିମନ୍ତେ ଆଲୋଚନା କରାଯିବାଇ ସହ କଳାବ୍ୟାଜ ପରିଧାନ କରିଥିଲେ । ଏଜି ବୈଠକରେ ପ୍ରଥମେ ଦିବ୍ୟଂଗତ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ବିୟୋଗରେ ଶୋକ ପ୍ରକାଶ ପାଇଛି । ସାମ୍ବାଦିକମାନେ ଦୁଇ ମିନିଟ ନୀରବ ପାର୍ଥନା କରିଥିଲେ । ବୈଠକରେ ପ୍ରମୋଦ ପଟ୍ଟନାୟକ, ଶ୍ରୀକାନ୍ତ ଖଟେଇ, ବୈଦ୍ୟଭୂଷଣ ମହାପାତ୍ର, ଲୋକନାଥ ମିଶ୍ର, ସଞ୍ଜୟ କୁମାର ସ୍ୱାଇଁ, ରାମକୃଷ୍ଣ ରଥଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।






