Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଚଡିଏଫସି ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ଗିରଫ

by ସଞ୍ଜୟ ସ୍ୱାଇଁ
June 28, 2021
in Crime, State
ଏଚଡିଏଫସି ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ଗିରଫ
260
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ବ୍ୟାଙ୍କରେ ଗ୍ରାହକମାନଙ୍କ ବିଶ୍ବାସ ବିଷ ଦେଇ ଲକ୍ଷାଧିକ ଟଙ୍କା ହଡପ । ଏପରିକି ଗ୍ରାହକଙ୍କ କ୍ରେଡିଟ କାର୍ଡ଼ରେ ଫ୍ରଡ଼ କରିଛନ୍ତି ଖୋଦ୍ ବ୍ୟାଙ୍କ କର୍ମଚାରୀ । ଆଉ ଧରାପଡିଯିବା ପରେ ଏଚଡିଏଫସି ବ୍ୟାଙ୍କର ଜଣେ ଆସିଷ୍ଟାଣ୍ଡ ମ୍ୟାନେଜରଙ୍କୁ ଢେଙ୍କାନାଳ ଟାଉନ ପୋଲିସ ବାନ୍ଧି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟାଙ୍କ କର୍ମଚାରୀ ଜଣଙ୍କ ଢେଙ୍କାନାଳ ସହରସ୍ଥିତ ଏଚଡିଏଫସି ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ମନୋଜ ପଟ୍ଟନାୟକ ବୋଲି ଜଣାପଡ଼ିଛି । ତପନ ବାରିକ ନାମକ ଜଣେ ରେଳ କର୍ମଚାରୀ ତାଙ୍କ କ୍ରେଡିଟ କାର୍ଡ଼କୁ ବ୍ୟାଙ୍କରେ ଦାଖଲ କରିସାରିଥିଲେ । ମାତ୍ର ବ୍ୟାଙ୍କର କ୍ରେଡିଟ୍ କାର୍ଡ ସେକ୍ସନ ଦାୟିତ୍ବରେ ଥିବା ଏହି ବ୍ୟାଙ୍କ ସହକାରୀ ପରିଚାଳକ ଜଣଙ୍କ ଚଞ୍ଚକତାର ସହ ପୁନର୍ବାର ନିଜ ମୋବାଇଲ ନମ୍ବର ପକାଇ ଚାଲୁ କରାଇ ଗ୍ରାହକଙ୍କ ନାମରେ ଟଙ୍କା ଉଠାଇ ଚାଲିଥିଲେ । ସେହିପରି ଢେଙ୍କାନାଳ ସଦର ଥାନା ବାଲ୍ୟମ୍ବା ଗ୍ରାମର ଦିଜ୍ଵବର ସାହୁ ନାମକ ଅନ୍ୟ ଜଣେ ଗ୍ରାହକଙ୍କ ନାମରେ କ୍ରେଡିଟ କାର୍ଡ ଦେଖାଇ ୩ ଲକ୍ଷ ଟଙ୍କା ଉଠାଇ ନେଇଥିବା ଜଣାପଡିଛି । ଅଭିଯୋଗ ପାଇ ଟାଉନ ଥାନା ପୋଲିସ ଯାଞ୍ଚରୁ ଏହି ବ୍ୟାଙ୍କ କର୍ମଚାରୀ ଜଣଙ୍କ କ୍ରେଡିଟ୍ କାର୍ଡ ଗ୍ରାହକମାନଙ୍କର ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ପଦାକୁ ଆସିଛି । ଫଳରେ ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଉକ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!